#Breaking News

ନିଗମାନନ୍ଦ ଆଶ୍ରମ ପରିସରରୁ ଚାରି ଚନ୍ଦନ ଗଛ ଚୋରି


ଫୁଲବାଣୀ (ସୁନୀଲ ପଟନାୟକ )

ଶନିବାର ବିଳମ୍ବିତ ରାତିରେ ଫୁଲବାଣୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ନିଗମାନନ୍ଦ ଆଶ୍ରମ ପରିସରରୁ 4ଟି ମୂଲ୍ୟବାନ ଚନ୍ଦନ ଗଛକୁ କାଟିଦେଇଛନ୍ତି ଚନ୍ଦନ ଗଛ ତସ୍କର l
ତେବେ , ଦୁଇଟି ଗଛ କୁଦୁର୍ବୁତ୍ତ ମାନେ ନେଇଯାଇଥିବାବେଳେ ଆଉ ଦୁଇଟି ଗଛକୁ ନେଇ ନପାରି ଛାଡି ଚାଲିଯାଇଥିଲେ l
କଟା ଚନ୍ଦନ ଗଛ ପଡିଥିବା ପାଖ ଘର ଲୋକ ଦେଖି କହିବାରୁ ଆଶ୍ରମ କତୃପକ୍ଷ ବନ ବିଭାଗ କୁ ଖବର ଦେଇଥିଲେ। ତେବେ ବନ ବିଭାଗ ଘଟଣା ସ୍ଥଳ ରେ ପହଂଚିକଟା ଯାଇଥିବା ଗଛ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ ବି ଏ ନେଇ କାହାରିକୁ ଗିରଫ କରିନଥିବା ଜଣା ପଡ଼ିଛି l
ତେବେ, ଅତିଶୀଘ୍ର ଦୁର୍ବୁତ୍ତ ଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ରେଞ୍ଜର ସଚ୍ଚିଦାନନ୍ଦ ସେଠି କହିଛନ୍ତି l
ପୂର୍ବରୁ ରେଞ୍ଜର ସେଠି ବହୁ କାଠ ଚୋର ଙ୍କୁ ସାବାଡ଼ କରୁଥିବାରୁ ଜଙ୍ଗଲ କ୍ଷୟ କମିଯାଇଛି l

Leave a comment

Your email address will not be published. Required fields are marked *