#Breaking News

ନିଷ୍ଠା ପରିବାର ମହିଳା ଶାଖାର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଅଗ୍ରଗାମୀ ଯୁବକ ସଂଘ, ବରଗଡ ଠାରେ ନବବର୍ଷ-୨୦୨୨ ପାଳନ ଅବସର ରେ ନିଷ୍ଠା ପରିବାର ,ମହିଳା ଶାଖା ର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବେଚ୍ଛାକୃତ ମହିଳା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିର କୁ ସମ୍ବାଦ ପାଠିିକା(AIR) ଓ କବୀୟତ୍ରି ଶ୍ରୀମତୀ ସଂଗୀତା ପଣ୍ଡା ଷଡ଼ଙ୍ଗୀ ଫିତା କାଟି ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସମାଜସେବୀ ପୂର୍ବତନ ପୈାର ପରିଷଦ ଉପାଧ୍ୟକ୍ଷ କଳ୍ପନା ମାଝୀ ଯୋଗ ଦେଇଥିଲେ।ଶିବିରରେ ମୋଟ ୩୪ ୟୁନିଟ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା।ନିଷ୍ଠା ପରିବାର ୨୦୧୦ ରୁ ରକ୍ତଦାନ କ୍ଷେତ୍ର ରେ କାର୍ଯ୍ୟ କରିଆସୁଅଛି ।କିନ୍ତୁ ଆଜି ପ୍ରଥମ କରି ତା’ର ମହିଳା ଶାଖା ଦ୍ବାରା ଆୟୋଜିତ ଶିବିର ରେ କେବଳ ମହିଳା ରକ୍ତଦାତା ମାନେ( ୩୪ଜଣ) ରକ୍ତଦାନ କରିଥିଲେ। ପରେ ସମସ୍ତ ରକ୍ତ ଦାତା ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା।ସମାଜରେ ଶାସନ ପ୍ରଶାସନ ପ୍ରତ୍ୟେକ କ୍ଷେତ୍ର ରେ ମହିଳାମାନେ ଆଜି ଆଗରେ ,ନିଷ୍ଠା ପରିବାର ର ଏହି ପ୍ରୟାସ ନାରୀ ମାନଙ୍କୁ ସମାଜ ସେବା କ୍ଷେତ୍ର ରେ ଆଗଭର ହେବା ପାଇଁ ପ୍ରେରଣା ଯୋଗାଇବ ବୋଲି ଅତିଥି ମାନେ ଆଶା ବ୍ୟକ୍ତ କରିଥିଲେ। ଏହି ଅବସରରେ ପ୍ରତିଭାବାନ ମହିଳା ଟୁଇଟର ଗାର୍ଲ୍ ଦୀପା ବାରିକ,ବରଗଡର ଜାତୀୟ ମହିଳା ଫୁଟବଲ ତାରକା (ଦୁଇ ଭଉଣୀ) “ବରଗଡ ଗୌରବ” ଅନୁପମା ଘିବିଲା ଓ ଅରୁଣା ଘିବିଲା ଙ୍କୁ ସମ୍ମାନିତ କରାଯାଇଥିଲା। ଉପରୋକ୍ତ କାର୍ଯ୍ୟକ୍ରମ କୁ ନିଷ୍ଠା ମହିଳା ଶାଖା ର ସଂଯୋଜିକା ତ୍ରିପୁରା ସୁହୁଳା, ସଦସ୍ୟା ରୀନା ମହାରଣା, ପ୍ରାଚୀ କର,ରିତୁ ପିପଲାନି,ଗୀତା ମୋଟୱାନୀ, ବବିତା ବିଶ୍ଵାଳ, ଶ୍ବେତା ମହାନ୍ତି, ସୂତପା ଗଡତିିଆ,ମାନି ଭୋଇ, ମମତା ବାଗ ପ୍ରମୁଖ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *