#Breaking News

ମଣ୍ଡି ଖୋଲୁନି ମାଣିଆବନ୍ଧ ଅଞ୍ଚଳରେ, ଚାଷୀ ଦେଲେ ଦାବିପତ୍ର


ଆଠଗଡ( ଉଲାପ୍ର)ବଡମ୍ବା ନିର୍ବାଚନ ମଣ୍ଡଳୀ ର ମାଣିଆବନ୍ଧ ଅଞ୍ଚଳରେ ଧାନ ମଣ୍ଡି ଖୋଲୁନଥିବା ଯୋଗୁ ଚାଷୀ ଏବେ ଚିନ୍ତାରେ।ମାଣିଆବନ୍ଧ ଅଞ୍ଚଳରେ ଧାନ ମଣ୍ଡି ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।ହେଲେ ୧୧ ତାରିଖ ଦିନ ମଣ୍ଡିକୁ ମାକ୍ସ ଆସିଲା ନାହିଁ।ଯାହା ଫଳରେ ଚାଷୀମାନଙ୍କର ଧାନ ଏବେ ଖଳା ରେ ପଡିରହିଛି ଏବଂ ଯେଉଁମାନେ ମଣ୍ଡିକୁ ଧାନ ନେଇ ଆସିଥିଲେ ସେମାନେ ମଣ୍ଡିରେ ବର୍ଷା କାକରରେ ଧାନ ପକାଇ ରଖିଛନ୍ତି।ମାଣିଆବନ୍ଧ ପଞ୍ଚାୟତ ଏକ ବଡ଼ ପଞ୍ଚାୟତ ହୋଇଥିବା ଯୋଗୁ ଚାଷୀ ମାନେ ଏହି ଅଞ୍ଚଳରେ ଦୁଇଟି ଧାନ ମଣ୍ଡି ଖୋଲିବା ପାଇଁ ଦାବି କରିଛନ୍ତି।ଯେହେତୁ ପାଖ ପଡୋଶୀ ମହୁଲିଆ ଓ ସନ୍ତରାବଳୀ ପଞ୍ଚାୟତ ରହିଛି ଆଉ ଲୋକସଂଖ୍ୟା ମଧ୍ୟ ଅଧିକ ସେ ଦୃଷ୍ଟିକୋଣରୁ ଦୁଇଟି ଧାନ ମଣ୍ଡି ଖୋଲିବା ପାଇଁ ଆଜି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁକୁ ଦାବିପତ୍ର ପ୍ରଦାନ କରିଛନ୍ତି ମାଣିଆବନ୍ଧ ଅଞ୍ଚଳର ଚାଷୀ।ଚାଷୀ ଏ ସମ୍ପର୍କରେ ଏକ ଦାବିପତ୍ର ଜିଲାପାଳ ଓ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a comment

Your email address will not be published. Required fields are marked *