#Breaking News

ଦାରିଙ୍ଗବାଡି ପଞ୍ଚାୟତସମିତି ଅଧ୍ୟକ୍ଷ ଓ ଜିଲା ପରିଷଦ ଦଖଲରେ ବିଧାୟକ

.
ଫୁଲବାଣୀ-୧୬/୧(ସୁନୀଲପଟନାୟକ)
ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ କନ୍ଧମାଳ ଜିଲ୍ଲାରେ ବିଜେଡି କ୍ଷମତା ଦଖଲ କରିବାଲାଗି ପୁରା ଦମ ଲଗାଇଥିବାବେଳେ ବି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କିନ୍ତୁ ଦାରିଙ୍ଗବାଡି ସମିତି ଅଧ୍ୟକ୍ଷ ଓ ଦୁଇଟି ଜିଲ୍ଲାପରିଷଦ ଯୋନ ହାତେଇ ନିଜର ଦବଦବାଜ । ହିର କରିବାକୁ ଚାହୁଁଛନ୍ତି । ଏଣୁ ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଳକର ସମସ୍ତପଞ୍ଚାୟତ ଓ ଗ୍ରାମଗୁଡିକରେ ମିଟିଙ୍ଗ ବାଇକରାଲୀ, ମିଶ୍ରଣପର୍ବ ଆଦି ସହ ଉନ୍ନୟନ୍ନ ମୁଳକ କାର୍ଯ୍ୟମାନ ହାତକୁ ନେଇଛନ୍ତି । କଳେବଳେ କୌଶଳେଭୋଟରମାନ ଙ୍କୁ ତାଙ୍କ ସପକ୍ଷରେ ଆଣିବା ଲାଗି ଉଦ୍ୟମ ଜାରୀ ରଖିଛନ୍ତି ଆଉ ସଫଳ ମଧ୍ୟ ହେଉଛନ୍ତି ବିଧାୟକ ସାଲୁଗା ପ୍ରଧାନ । ପୂର୍ବରୁ ସାଲୁଗା ବିଧାୟକ ନ ଥାଇ ମଧ୍ୟ ୨୫ ପଞ୍ଚାୟତ ବିଶିଷ୍ଟ ଏତେବଡ଼ ପଞ୍ଚାୟତ ସମିତିର ଅଧ୍ୟକ୍ଷା ପଦବୀ ହାତେଇ ନିଜ ସ୍ତ୍ରୀଙ୍କୁ ବିଜେଡି ଦଳ ପକ୍ଷରୁଅଧକ୍ଷ କରି ପାରିଥିଲେ । ପରବର୍ତୀ ସମୟରେ ଅଧିକ ସନ୍ତାନସନ୍ତତି ଅର୍ଭିଯୋଗରେ ପଦବୀ ହରାଇବାକୁ ପଡିଥିଲା ଓ ଅଧ୍ୟକ୍ଷ ପଦବୀ କଂଗ୍ରେସ ହାତକୁ ଚାଲିଯାଇଥିଲା।
ତେବେ ଜିଲ୍ଲାପରିଷଦ ଜୋନ ଦୁଇଟିଯାକ କଂଗ୍ରେ ସ ହାତରେ ଥିଲା। ଏବେ ସବୁ ଗୁଡ଼ିକ ନିଜ ଦଖଲକୁ ଆଣିବା ପାଇଁ ସୀଲୁଗା ଭୋକଶେ।ଷ ଭୁଲି ଅହରହ ଉଦ୍ୟମ ଚଳାଇଛନ୍ତି। ଗାଁକୁ ଗାଁ ବୁଲି ଲୋକଙ୍କ ସମସ୍ୟା ଶୁଣୁଛନ୍ତି ଆଉ ସମାଧାନ କରୁଛନ୍ତି ।
ଦୁର୍ଗମ କୁ ମ୍ଭାରୀ ଗାଁ ପଞ୍ଚାୟତର ପାଡିକି ଆ
ଗ୍ରାମ ଯାଇ ସେହି ଗ୍ରାମରେ ୩ଟି ପ୍ରାର୍ଥନା ଗୃହ, ରାସ୍ତା, ପୋଲସମସ୍ୟା ଦୁରକରିବାଲାଗି ପ୍ରତିଶୃତି ଦେଇଛନ୍ତି ।
ସେହିପରି ଭ୍ରମର ବାଡି ପଞ୍ଚାୟତର ଗୁଡି ବାଲିଛକରୁ 6କରୁ ବାଡି ଓ କେରୁ ବାଡି ଠାରୁ ଆଦି ପଙ୍କ। ଦୁଇଟି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଭିତ୍ତି ପ୍ରସ୍ତର କରିଛନ୍ତି । ଏହି ରାସ୍ତା ନିର୍ମାଣ ହେଲେ ଭ୍ରମର ବାଡି ଓ ହାତି ମୁଣ୍ଡା ଦୁଇ ପଞ୍ଚାୟତର ହଜାର ହଜାର ଲୋକ ଗମନାଗମନର ସୁବିଧା ପାଇବେ । ଏଥିରେ ପ୍ରାୟ ୧୫କୋଟି ଟଙ୍କା ବ୍ୟ ହେବ ବୋଲି ବିଧାୟକ ସାଲୁଗା କହିଛନ୍ତି । ଲୋକେ ର୍ବି ଏବେ ବେଶ ଖୁସି
ଏ ସବୁକୁ ଦେଖିଲେ ବିଧାୟକ ସାଲୁଗା ଏଥର ବାଜିମାତ କରିବା ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଦାରିଙ୍ଗବାଡି ହେଉଛି କଂଗ୍ରେସର ଦୁର୍ଗ ଆଉ ବିଧାୟକ ଗତ ୩ ବର୍ଷ ହେଲା ସେ ଭଳି କିଛି ଆଖିଦୃଶିଆ କାର୍ଯ୍ୟ କରି ନ ଥିବା କହି କଂଗ୍ରେସ ପୁଣି ଥରେ ଏ ସବୁ ଆସନ ଦଖଲ କରିବ ବୋଲି କଂଗ୍ରେସ ନେତା ଅମିର ଚାନ୍ଦ
ନାଏକ କହିଛନ୍ତି । ସେହିପରି ବିଜେପି ମଧ୍ୟ ସଂଗଠନ ସୁଦୃଢ କରିବାରେ ଲାଗିଛି। ଏପଟେ ବିଧାୟକଙ୍କ ଶ୍ରମ କେବେ ବ୍ୟର୍ଥ ଯିବନି ବୋଲି ତାଙ୍କ ସମର୍ଥକ ବ୍ଳକସଦ୍ଭାପତି ଜ୍ୟୋତିରାଜ ପ୍ରଧାନ,ଯୁବ ରଂଜନ ପ୍ରଧାନ ଓ ଅନ୍ୟମାନେ କହୁଛନ୍ତି ।ତେ 6ବ ନିର୍ବାଚନ ଫଳ ।ଫଳ ପରେ କାହାର ବାଜିମ।ତ ହେବ ଜଣାପଡିବ ।

Leave a comment

Your email address will not be published. Required fields are marked *