#Breaking News

ଭିଜିଲାନ୍ସ ଜାଲରେ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନ ଅନ୍ତର୍ଗତ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି l ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ମିଳିତ ଚଢ଼ାଉ କରିଥିବା ଜଣାପଡିଛି l କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣବେହେରା
ଙ୍କ କ.ନୂଆଗାଁ କାର୍ଯାଳୟ, ଭଞ୍ଜନଗର, ବୌଦ, ଘର ସମେତ ଅନେକ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଚାଲିଛି l
ରେଞ୍ଜର ବେହେରା ଙ୍କ ବିରୁଦ୍ଧରେ ଦୁର୍ନୀତି ଓ ସରକାରୀ ଅର୍ଥ ତୋଷରପାତ ନେଇ ବହୁ ଅଭିଯୋଗ ରହିଥିଲା ଫଳରେ ଆଜି ଗୁରୁବାର ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ ଆରମ୍ଭ କରିଛି l ଭିଜିଲାନ୍ସ ଅଧିକାରୀ ମାନେ ବ୍ୟାଙ୍କ ପାସ ବୁକ, ଜରୁରୀ କାଗଜ ପତ୍ର, ପ୍ରଭୁତି ଜବତ କରିଛନ୍ତି l ତେବେ ତଦନ୍ତ ପରେ ସର୍ବିଶେଷ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ ମାନେ ସୂଚନା ଦେଇଛନ୍ତି l

Leave a comment

Your email address will not be published. Required fields are marked *