#Breaking News

ଫୁଲବାଣୀ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ


ଫୁଲବାଣୀ (ସୁନୀଲ ପଟନାୟକ )
ସୋମବାର ଫୁଲବାଣୀ ର ଅଗ୍ରଣୀ ସ୍ଵେଛା ସେବୀ ସଂଗଠନ ଟିମ ହୁମାନୀଟି ପକ୍ଷରୁ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ପୁଲା ମା ଆକ୍ରମଣ ର ୨ ବର୍ଷ ପୂର୍ତ୍ତି ଅବସରରେ ଦେଶର ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟ ରେ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l
ଟିମ ହୁମାନୀଟି ର ମୁଖ୍ୟ ପରାମର୍ଶ ଦାତା ରମେଶ ମହାନ୍ତି, ଭି. ଲୋକ ନାଥ ରାଜୁ, ପ୍ରମୁଖଙ୍କ ନେତୃତ୍ୱ ରେ ଏହି ରକ୍ତ ଦାନ ଶିବିର ରେ ପାଖା ପାଖି ଶହେ ପଚାଶ ରୁ ଉର୍ଦ୍ଧ ଯୁବକ ଯୁବତୀ ସ୍ଵେଛା କୃତ ରକ୍ତ ଦାନ କରିଥିଲେ l
ବିଶେଷ କରି ମହିଳା ମାନେ ଓ ନୁଆ ରକ୍ତଦାତା ମାନେ ଆଗ୍ରହ ର ସହ ରକ୍ତ ଦାନ କରିଥିଲେ l
ଏଥିରେ ରକ୍ତ ଭଣ୍ଡାର ଡାକ୍ତର, କର୍ମଚାରି ଆନ୍ତରିକତା ର ସହ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *