#Breaking News

ଭୋଟ ଦାନ ରୁ ବଂଚିତ ହେଲେ କାଣ୍ଡବାଡା ଗ୍ରାମବାସୀ, ନିରାଶ ହୋଇ ଫେରିଲେ


ଫୁଲବାଣୀ(ସୁନୀଲ ପଟନାୟକ )
ମ ଙ୍ଗଳବାର ଭୋଟ ଦାନରୁ ବଂଚିତ ହେଲେ ସମସ୍ତ ଗ୍ରାମବାସୀ । କନ୍ଧମାଳ ଜିଲା ଚକାପାଦ ବ୍ଲକ ର ବେହେରା ଗ୍ରାମ ପଞ୍ଚାୟତ ର କାଣ୍ଡା ବାଡ଼ା ଗ୍ରାମବାସୀ ର ଲୋକେ । ଗ୍ରାମରେ ବସ ବାସ କରନ୍ତି 130 ରୁ ଉର୍ଦ୍ଧ୍ବ ଲୋକ । କିନ୍ତୁ ଚଳିତ ବର୍ଷ 95 ଭୋଟର ନିଜ ମତ ସାବ୍ୟସ୍ତ କରିବାର ଥିଲା । ତେବେ ଚଳିତ ବର୍ଷ କାଣ୍ଡା ବାଡ଼ା ଗ୍ରାମର 95 ଜଣ ଭୋଟର ଭୋଟ ଦେବା ପାଇଁ ଲମ୍ବା ଲାଇନ ରେ ଠିଆ ହୋଇଥିଲେ । ମହିଳା ଙ୍କ ଠାରୁ ବୟସ୍କ ଲୋକ ସମସ୍ତେ ବହୁ ଆଶା ରେ 13 ନମ୍ବର ୱାର୍ଡ ର କାଣ୍ଡାବାଡ଼ା ଗ୍ରାମରେ ପହଞ୍ଚିଥିଲେ । ତେବେ ଗ୍ରାମରେ କୈଣସି ଲୋକଙ୍କ ତାଲିକା ନଥିବାରୁ ଭୋଟ ଦାନ କେନ୍ଦ୍ର ରୁ ନିରାଶ ହୋଇ ଫେରିଥିଲେ । ଏବେ ଗ୍ରାମବାସୀ ମାନେ ଅପେକ୍ଷା କରିଛନ୍ତି ସେମାନଙ୍କ ସମସ୍ୟା ସମାଧାନ ହେବ ବୋଲି । ଏଥିପାଇଁ ଗ୍ରାମର ଲୋକେ ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ଜିଲା ପଞ୍ଚାୟତ ଅଧିକାରୀ ଙ୍କ ପର୍ଯ୍ୟନ୍ତ ଗୁହାରି କରି ନିରାଶ ହୋଇ ଫେରିଛନ୍ତି । । ଅନ୍ୟପଟେ 13 ନମ୍ବର ୱାର୍ଡ ର ପ୍ରିଯାଇଡିଙ୍ଗ ଅଫିସର କହିଛନ୍ତି ଆମ ପାଖକୁ 39 ଜଣ ଲୋକଙ୍କୁ ଭୋଟର ତାଲିକା ଥିବା1 ଥିବା ଲିଷ୍ଟ ଆସିଥିଲା । ତେବେ ଗ୍ରାମର କୌଣସି ଲୋକଙ୍କ ନାମ ନଥିବାରୁ ସମ୍ପୂର୍ଣ୍ଣ ବୁଥ ରେ ଭୋଟ ଦାନ ପ୍ରକ୍ରିୟା ହୋଇପାରିନାହିଁ । ଏଥିପାଇଁ ଏହି ବୁଥ ରେ ଆଜି କୌଣସି ବି ଲୋକ ଭୋଟ ଦେବାକୁ ଆସିନାହାନ୍ତି ।
ବାଇଟ – 1- ସନ୍ତୋଷିନି ମଲ୍ଲିକ (ଭୋଟର)
ବାଇଟ – 2- ପୁରୁଷତମ ମଲ୍ଲିକ (ଭୋଟର)
ବାଇଟ – 3- ଦେବଯତ କହ୍ନର (ପ୍ରିଜାଇଡିଂ ଅଫିସର)

Leave a comment

Your email address will not be published. Required fields are marked *