#Breaking News

ଫୁଲବାଣୀ ଜେଲ ର ଜଣେ ବିଚାରାଧୀନ କଏଦୀ ର ମୃତ୍ଯୁ


ଫୁଲବାଣୀ( ସୁନୀଲ ପଟନାୟକ )
ମଙ୍ଗଳବାର ଫୁଲବାଣୀ ଜେଲ ର ଜଣେ ବିଚାରାଧୀନ କଏଦୀଙ୍କଚିକିତ୍ସା ଅବସ୍ଥାରେ ମୃତୁଘଟିଛି l
ମୃତକ ଜଣଙ୍କ ହେଲେ ଫିରିଙ୍ଗିଆ ଥାନା ଅଞ୍ଚଳର ଦଣ୍ଡପାଣି କହଁର, (55). ଦଣ୍ଡପାଣି ଏକ ଗଞ୍ଜେଇ ଚୋରା ଚାଲାଣ ରେ ଏକ ବର୍ଷ ହେଲା ଫୁଲବାଣୀ ଜେଲ ରେ ଥିଲେ l
ତେବେ ଆଜି ସକାଳେ ଦଣ୍ଡପାଣି ଙ୍କ ଦେହହଟାତ ଅସୁସ୍ଥ ହେବାରୁ ତାଙ୍କୁଚିକିତ୍ସା ପାଇଁ ଫୁଲବାଣୀସଦର ମହକୁମା ଡାକ୍ତର ଖାନା ରେ ଭର୍ତି କରାଯାଇଥିଲା ଯେଉଁଠାରେ ଦଣ୍ଡପାଣି ଙ୍କ ଚିକିତ୍ସା ଧିନ୍ ଅବସ୍ଥା ରେ ମୃତ୍ଯୁ ହୋଇଥିବା ନେଇ ଫୁଲବାଣୀ ଜେଲ ସୁପରିଟଣ୍ଡେଣ୍ଟ ସୂଚନା ଦେଇଛନ୍ତି l
ସେହିପରି ଗତ ୧୩ ତାରିଖ ରେ ମଧ୍ୟ ଏହି ଜେଲ ର ଲଖଣ ନାଏକ ନାମକ ଜଣେ ବିଚାରଧୀନ କଏଦୀ ର ଫୁଲବାଣୀସଦର ମହକୁମା ଡାକ୍ତର ଖାନା ରେ ମୃତ୍ଯୁ ଘଟିଥିଲା l
ଜେଲ ରେ ଚିକିତ୍ସା ଅବହେଳା ଜୋଂଗୁ କଏଦୀ ମାନଙ୍କ ମୃତ୍ଯୁ ହେଉଥିବା ଅଭିଯୋଗ ହେଉଛି l

Leave a comment

Your email address will not be published. Required fields are marked *