#Breaking News

ଢେଙ୍କାନାଳ ମା ତାରିଣୀଙ୍କ ତୃତୀୟ ବାର୍ଷିକ ଉତ୍ସବ ପାଳିତ

ଢେଙ୍କାନାଳ: ଢେଙ୍କାନାଳ ଶାସନ ଛକ ନିକଟସ୍ଥ ମା ତାରିଣୀଙ୍କ ପୀଠରେ ମା ଙ୍କ ତୃତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି।

ପ୍ରାତଃ ରୁ ମା ଙ୍କ ମଙ୍ଗଳ ଆଳତି ଓ ମହାସ୍ନାନ ଅନୁଷ୍ଠିତ ହୋଇଥିଲା। ପରେ ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲହାରରେ ମା ଙ୍କୁ ସୁସଜ୍ଜିତ କରାଯାଇଥିଲା। ବିଭିନ୍ନ ପ୍ରକାରର ଭୋଗ ମଧ୍ଯ ଲାଗି କରାଯାଇଥିଲା।
ସ୍ଥାନୀୟ ପୋଖରୀରୁ ଘଟ ପୂଜାର୍ଚ୍ଚନା କରାଯାଇ ମନ୍ଦିର ନିକଟକୁ କଳସ ଅଣାଯାଇଥିଲା। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ସୂର୍ଯ୍ୟ ପୂଜା, ଗୋ ପୂଜା, ସପ୍ତ ଚଣ୍ଡୀପାଠ ଓ ଯଜ୍ଞ ଅନୁଷ୍ଠିତ ହେବ।
ଆସନ୍ତାକାଲି ପୂର୍ଣ୍ଣାହୁତି ଉତ୍ସବ ପାଳନ କରାଯିବ।
କମିଟିର ସମସ୍ତ କର୍ମକର୍ତ୍ତା ଓ ପଣ୍ଡିତଙ୍କ ଦ୍ୱାରା ମା ଙ୍କ ପୂଜାର୍ଚ୍ଚନା ଚାଲୁ ରହିଛି।

Leave a comment

Your email address will not be published. Required fields are marked *