#Breaking News

ତିଗିରିଆ କରଡ଼ାପଲି ବୁଥ ରେ ମଲା ହଜିଲା ଲୋକଙ୍କ ନାମରେ ଭୋଟ୍ ପଡିଲା,ପ୍ରାର୍ଥୀଙ୍କ ସମ୍ପର୍କୀୟ ଆଣିଲେ ଅଭିଯୋଗ,ଚାରୋଟି ବୁଥରେ ୧୩୭୧ ଭୋଟ୍ ରୁ ୧୨୯୬ ଭୋଟ୍ ହୋଇଛି

ଆଠଗଡ(ଉଲାପ୍ର)ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତ କରଡ଼ା ପଲି ଗ୍ରାମରେ ଚାରୋଟି ବୁଥ ରେ ବ୍ୟାପକ ଅନିୟମିତତା ହୋଇଥିବା ଏକ ସାମ୍ବାଦିକ ସମିଳନୀରେ ଅଭିଯୋଗ କରିଛନ୍ତି ପ୍ରାର୍ଥୀଙ୍କ ସମ୍ପର୍କୀୟ ରାଜା ଆଦିତ୍ୟ ପ୍ରସାଦ ମହାନ୍ତି ଏବଂ ଦେବରାଜ ମହାନ୍ତି,ଏହି ଚାରିଗୋଟି ବୁଥ ରେ ୧୩୭୧ ଭୋଟର ମଧ୍ୟରୁ ୧୨୯୬ ଭୋଟ୍ ହୋଇଥିବା ଅଭିଯୋଗ ହୋଇଛି,ଏ ସମ୍ପର୍କରେ ନିର୍ବାଚନ କମିଶନ ଙ୍କୁ ଅଭିଯୋଗ ହୋଇଛି,ଏହି ଚାରିଗୋଟି ବୁଥ ରେ ସାନି ମତଦାନ କରିବାପାଇଁ ଦାବି କରିଛନ୍ତି।

Leave a comment

Your email address will not be published. Required fields are marked *