#Breaking News

କନ୍ଧମାଳ ରେ ଦଶ ଟି ଜୋନ ରେ ବିଜେଡି ଆଗରେ, କଂଗ୍ରେସ ଦୁଇଟି ରେ ଆଗରେ . ଭୋଟ ଗଣତି ଜାରୀ

ଫୁଲବାଣୀ(ଉଲାପ୍ର)

କନ୍ଧମାଳ ଜ଼ିଲ୍ଲା ର ବାରଟିଯାକ ବ୍ଳକ ରେ କଡା ସୁରକ୍ଷା ମଧ୍ୟରେ ସକାଳ ଆଠଟା ରୁ ଭୋଟ ଗଣତି ଆରମ୍ଭ ହୋଇଛି l
ମଧ୍ୟାହ୍ନ ୪ଟା ସୁଦ୍ଧା ସରକାରୀ ସୁତ୍ର ରୁ ମିଳିଥିବା ରିପୋର୍ଟ ପ୍ରକାରେ ଜ଼ିଲ୍ଲାରଆଜି ଗଣତି ପ୍ରକାରେ ବାରଗୋଟି ଜ଼ିଲ୍ଲାପରିଷଦ ଜୋନ ମଧ୍ୟରୁ ରାଇକିଆ ଓ କୋଟଗଡ଼ ଜ଼ିଲ୍ଲାପରିଷଦ ଜୋନ ରେ କଂଗ୍ରେସ ପ୍ରାର୍ଥୀ ନିକଟତମ ବିଜେଡି ପ୍ରାର୍ଥୀ ଠାରୁ ଆଗରେ ଥିବା ବେଳେ ବାକି ଦଶଟି ଜ଼ିଲ୍ଲାପରିଷଦ ଜୋନ ରେ ବିଜେଡି ପ୍ରାର୍ଥୀ ମlନେ ବେଶ ଆଗୁଆ ଥିବା କଥା ଜ଼ିଲ୍ଲାପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ କହିଛନ୍ତି l

ଫୁଲବାଣୀ ୧୪ନମ୍ବର ଜୋନ,ର ବିଜେଡି ପ୍ରାର୍ଥୀ ଚନ୍ଦ୍ରମା ମଲିକ ନିକଟତମ ପ୍ରତି ଦ୍ୱନ୍ଦୀ ବିଜେପି ପ୍ରାର୍ଥୀମଞ୍ଜୁଲତା କହଁରଙ୍କ ଠାରୁ ୧୮୦୩ ଭୋଟରେ ଆଗୁଆ ଅଛନ୍ତି ।
ବିଜେଡି ପ୍ରାର୍ଥୀ ଚନ୍ଦ୍ରମା ୪୩୮୪ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ୨୫୮୧ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ସ ।ଇବାଣୀ କହଁର ୭୮୧ ଖଣ୍ଡ ଭୋଟ ପାଇଛନ୍ତି ।
ଫିରିଙ୍ଗିଆ ୧୨ନମ୍ବର ଜୋନନୀଳଗିରି ଡିଗାଲ ନିକଟତମ ବିଜେପିପ୍ରାର୍ଥୀ ସଂଜୟ ଡିଗଲଙ୍କୁ ହଜାର ୧୧୨ ଖଣ୍ଡ ଅଧିକା ଭୋଟରେ ଆଗୁଆ ଅଛନ୍ତି । ନିଳଗିରି ୬୩୯୨ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ସଂଜୟ ୨୨୮୦ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଙ୍ଗଦ ଡିଗଲ ୧୦୬୪ ଭୋଟ ପାଇଛନ୍ତି
, ଖଜୁରୀପଡା ୩ନମ୍ବର ଜୋନର ବିଜେଡି ପ୍ରାର୍ଥୀମମତା ମଲିକ ବିଜେପି ପ୍ରାର୍ଥୀ ନବତି ଜାନୀଙ୍କଠାରୁ ୧୩୮୦ ଭୋଟରେ ଆଗୁଆ ଅଛନ୍ତି । ବାଲିଗୁଡା ୧୫ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ନନ୍ଦିନୀ ମଲିକ ନିକଟତମ ପ୍ରତିଦ୍ଵନ୍ଦୀ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ମଲିକଙ୍କଠାରୁ ୧୫୫୪ ଅଧିକଭୋଟରେ ଆଗୁଆ ଅଛନ୍ତି । ଟିକାବାଲିର
୭ନମ୍ବର ଜୋନର ବିଜେଡି ପ୍ରାର୍ଥୀ ସାଧବାଣୀ ନାୟକ ବିଜେପି ପ୍ରାର୍ଥୀ ଅଞଳୀ ବେହେରା ଙ୍କ ଠାରୁ ୨୯ ୦୩ ଭୋଟରେ ଆଗରେଅଛନ୍ତି । , , କ ନୂଆଗାଁ 1ନମ୍ବର ଜୋନର ବିଜେଡି ପ୍ରାର୍ଥୀଅମିତା ମଲିକ ବିଜେପି ପ୍ରାର୍ଥୀ ମିରା ନାମକ ଙ୍କ ଠାରୁ ୧୯୫୫ ଭୋଟରେ ଆଗୁଆ ଅଛନ୍ତି । , ଜି. ଉଦୟଗିରି ୫ନମ୍ବର ଜୋନର ବିଜେଡି ପ୍ରାର୍ଥୀ ଲିଳିମା ପ୍ରଧାନ ନିକଟତମ ପ୍ରାର୍ଥୀ ବିଜେପି ପ୍ରାର୍ଥୀସତ୍ୟଭାମା ପ୍ରଧାନଙ୍କଠାରୁ ମାତ୍ର୧୪୫ ଭୋଟରେ ଆଗୁଆ ଅଛନ୍ତି । ଚକାପାଦ ୬ନମ୍ବର ଜୋନ, ରେ ବିଜେଡି ପ୍ରାର୍ଥୀ ମମତା ରାଣୀ ବେହେରା ବିଜେପି ପ୍ରାର୍ଥୀ ରଞ୍ଚନା ନାଏକଙ୍କଠାରୁ ମାତ୍ର ୬୭ ଭୋଟ 6ର ଆଗୁଆ ଥିବା ବେଳେ ଦାରିଙ୍ଗ ବାଡି ୧୦ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ରଂଜନ ପ୍ରଧାନ ନିକଟତମ କଂଗ୍ରେସ ପ୍ରାର୍ଥୀ ରାଧାକାନ୍ତ ପ୍ରଧାନ ୮୧୯ ଭୋଟରେ ଆଗୁଆ ରହିଛନ୍ତି । ସେହିପରି ତୁମୁଡିବନ୍ଧ ଜୋନ ରେ ବିଜେଡି ପ୍ରାର୍ଥୀ ନବୀନ ପାତ୍ର ବିଜେପିପ୍ରାର୍ଥୀ ନାରାୟଣ ପାତ୍ରଙ୍କଠାରୁ ୧୯୫୫ ଭୋଟରେ ଆଗୁଆ ଥିବା ବେଳେ କୋଟଗଡ଼ ୨ନମ୍ବର ଜୋନରେ କଂଗ୍ରେସ ପ୍ରାର୍ଥୀ ଜିରି ମୟ ସୁନାମାଝି ନିକଟତମ ବିଜେଡି ପ୍ରାର୍ଥୀ ସୁଶାନ୍ତ କହରଙ୍କ ଠାରୁ ୧୦୩୬ ଭୋଟରେ ଆଗୁଆ ଅଛନ୍ତି । ରାଇକିଆ ୭ନମ୍ବର ଜୋନ ରେ କଂଗ୍ରେସ ପ୍ରାର୍ଥୀ ସତ୍ୟବାନ ପାତ୍ର ବିଜେଡି ପାର୍ଥି ସୁନଦା ବେହେରା ଙ୍କ ଠାରୁ ୩୧୫ଆଗୁଆ ଥିବା ଜଣା ପଡ଼ିଛି lତେବେ ବିଜେପି ଏଯାଏଁ କୌଣସି ଥିରେ ଆଗୁଆ ନଥିବା ଜଣାପଡିଛି l
ତେବେ ଶାସକବିଜେଡି ପ୍ରାର୍ଥୀ ମାନେ ଆଗୁଆ ଥିବାରୁ ବିଜେଡି ଜ଼ିଲ୍ଲା ସଭାପତି ସରୋଜ କୁମାର କର୍ଣ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ମନ୍ତ୍ରୀ ପଦ୍ମନାଭ ବେହେରା, ସାଂସଦ ଡ଼ଃ, ଅଚ୍ୟୁତ ସାମନ୍ତ, ପ୍ରଭାରୀ ମନ୍ତ୍ରୀ ପ୍ରତାପ ଜେନା, ସହପ୍ରଭlରିବିଧାୟକ ବିକ୍ରମ ପଣ୍ଡା, ପ୍ରମୁଖ ଖୁସିବ୍ୟକ୍ତ କରିଛନ୍ତି l ସରକାରଙ୍କ ଲୋକହିତକର ଯୋଜନା ର ଗ୍ରାମ । ଞ୍ଚଳରଲୋକେ ସୁଫଳ ପାଇଥିବାରୁ ବିଜେଡି ଉପରେ ଆସ୍ଥା ପ୍ରକଟ କରିଛନ୍ତିଓ ଆମମାନଙ୍କ ପରିଶ୍ରମ ମଧ୍ୟ କେବେ ବୃଥା ଯିବନି ବୋଲି ବିଜେଡି ନେତାମାନେ କହିଛନ୍ତି l

Leave a comment

Your email address will not be published. Required fields are marked *