#Breaking News

କନ୍ଧମାଳ ୧୨ଟି ବ୍ଲକରେ ୧୨ଟି ଜୋନରେ ଭୋଟ ଗଣତି ସରିଲା ୯ ଟି ଜୋନରେ ବିଜେଡି, ୨ଟିରେ କଂଗ୍ରେସ,ଓ ଗୋଟିଏ ରେ ବିଜେପି ବିଜୟି


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲା ର ମୋଟ ୧ ୮ ଟି ଜ଼ିଲ୍ଲା ପରିଷଦ ଆସନ ମଧ୍ୟରୁ ୧୨ ଟି ଆସନ ର ଭୋଟ ଗଣନା ସରିଛି l
ଏଥିରୁ ଶାସକ ବିଜେଡି ୯ ଟି ଆସନ ହାତେଇ ଥିବା ବେଳେ କଂଗ୍ରେସ ଦୁଇଟି ଓ ବିଜେପି ମାତ୍ର ଗୋଟିଏ ଆସନ ରେ ବିଜୟୀ ହୋଇଛି l
ସେଗୁଡିକ ହେଲା
ବାଲିଗୁଡ଼ା-ଜୋନ ୧୫-ନନ୍ଦିନୀ ମଲିକ (ବିଜେଡି)
ଫୁଲବାଣୀ ୧୪ନମ୍ବରଜୋନ ଚନ୍ଦ୍ରମାମଲିକ (ବିଜେଡି)
ଫିରିଙ୍ଗିଆ ୧୨ନମ୍ବର ଜୋନ-,ନିଳଗିରି ଡିଗଲ (ବିଜେଡି)
ଖଜୁରୀପଡ଼ା ୩ ନମ୍ବର ଜୋନ -ମମତା ମଲିକ (ବିଜେଡି)
ଟିକାବାଲି ୭ ନମ୍ବର ଜୋନ ~ସାଧବାଣୀ ନାୟକ (ବିଜେଡି)
କ.ନୂଆଗାଁ ୧ନମ୍ବର ଜୋନ ଅମିତା ମଲ୍ଲିକ (ବିଜେଡି)
ଦାରିଙ୍ଗ ବାଡି-୧୦ ନମ୍ବର ଜୋନ ରଂଜନ ପ୍ରଧାନ, ବିଜେଡି
ତୁମୁଡିବନ୍ଧ ଜୋନ-୯ -ନବୀନ ପାତ୍ର (ବିଜେଡି)
ଚକାପାଦ ୬ ନମ୍ବରଜୋନ.ରଞ୍ଚନା ନାୟକ .( ବିଜେପି )
ଜି.ଉଦୟଗିରି ୫ ନମ୍ବର ଜୋନ-ଲିଳିମା ପ୍ରଧାନ (ବିଜେଡି)
ରାଇକିଆ ୭ ନମ୍ବର ଜୋନ-ସତ୍ୟବାନପାତ୍ର (କଂଗ୍ରେସ)
କୋଟଗଡ଼ ୨ନମ୍ବର ଜୋନ-ଜରିମୟ ସୁନା ( କଂଗ୍ରେସ)
ସେହିପରି ଆଜି ୬ ଟି ଜ଼ିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି l
ସେସବୁ ହେଲା ବାଲିଗୁଡା ର ୬ ନମ୍ବର ଜୋନ, ଦାରିଂବାଡ଼ି ର ୧ ୧ ନମ୍ବର ଜୋନ, ଖଜୁରୀପଡା ର ଚାରି ନମ୍ବର ଜୋନ, ଫିରିଙ୍ଗିଆ ବ୍ଳକର ୧ ୩ ନମ୍ବର ଜୋନ, ଟିକାବାଲି ର ୮ ନମ୍ବର ଜୋନ, ଓ ରାଇକିଆ ର ୧୮ ନମ୍ବର ଜୋନ ପାଇଁ ଭୋଟ ଗଣତି ସକାଳୁ ଆରମ୍ଭ ହୋଇଛି l

Leave a comment

Your email address will not be published. Required fields are marked *