#Breaking News

ସାରଙ୍ଗଡ଼ ସରପଞ୍ଚ ନିର୍ବାଚନ ଘୋଷଣା ନେଇ ପାର୍ଥୀଙ୍କ ବିରୋଧ, ପୁନଃ ଗଣତି ଦାବୀ

ଫୁଲବାଣୀ(ସୁନୀଲ ପଟନାୟକ )ନିର୍ବାଚନ ଯେପରି ସ୍ୱଛ,ଅବାଧ ଓ ନିରପେକ୍ଷ ହେଵ ସେନେଇ ରାଜ୍ୟ ନିର୍ବାଚନ ଅଧିକାରୀ କଡା ନିର୍ଦେଶ ଦେଇଥିଲେ ହେଲେ କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ବ୍ଳକ ର ସାରଙ୍ଗଗଡ଼ ପଂଚାୟତ ସରପଞ୍ଚ ନିର୍ବାଚନ କୁ ନେଇ ଖୋଦ ପ୍ରାର୍ଥୀ ଦୀନବନ୍ଧୁ ପ୍ରଧାନ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ସୋମବାର ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିଛନ୍ତି l
ସୂଚନା ଯୋଗ୍ୟ ଯେ, କ ନୂଆ ଗାଁ ବ୍ଳକ ଗଣତି ହଲ ରେ ସିସି ଟିଭି ଲାଗିବା କଥା ହେଲେ ସିସି ଟିଭି କୁଆଡେ ଲାଗିନଥିବାନେଇ ପ୍ରାର୍ଥୀ ପ୍ରଧାନ ଅଭିଯୋଗ କରିଛନ୍ତି l
ସୂଚନା ଯୋଗ୍ୟ ଯେ, ସରପଞ୍ଚପ୍ରାର୍ଥୀ ଭାବେ ଦୀନବନ୍ଧୁପ୍ରଧାନ ଓ ତାଙ୍କ ପ୍ରତିଦ୍ବନ୍ଦୀ ବରୁଣ କହଁର ଙ୍କ ଭୋଟ ସମାନ ହେବାରୁ ବ୍ଳକ ନିର୍ବାଚନ ଦାଇତ୍ୱ ରେ ଥିବା ବିଡ଼ିଓ ଶରତ ଚନ୍ଦ୍ର ପାତ୍ରଆଇନ ପ୍ରକାରେ ଧର୍ମଗୁଳା ପକାଇଥିଲେ l
ଏଥିରେ ଦୀନବନ୍ଧୁ ଙ୍କ ପ୍ରତିଦ୍ବନ୍ଦୀ ବରୁଣ ଙ୍କୁ ବିଜୟୀ ଘୋଷଣା କରିଥିଲେ ବିଡ଼ିଓ ପାତ୍ର l
ତେବେ ପ୍ରାର୍ଥୀ ଦୀନବନ୍ଧୁଙ୍କଏଜେଣ୍ଟ ସୁଧୀର ସାହୁ ପୁନଃ ଗଣତି ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ବିଡ଼ିଓ ପାତ୍ର ଶୁଣିନଥିଲେ l
ଫଳରେ ପ୍ରାର୍ଥୀ ଦୀନ ବନ୍ଧୁ ଓ ତାଙ୍କ ସମର୍ଥକ ମାନେ ଆଜି ସୋମବାର ଏ ନେଇକନ୍ଧମାଳ ଜିଲାପାଳ ଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରି ଥିବା କଥା ସାମ୍ବାଦିକ ଙ୍କୁ ସୂଚନାଦେଇଛନ୍ତିl
ସମସ୍ତ ଭୋଟ ପୁନଃ ଗଣତି ଦାବୀ କରିଛନ୍ତି lନଚେତ ଆଇନ ର ଆଶ୍ରୟ ନେବେ ବୋଲି କହି ଛନ୍ତି ଦୀନ ବନ୍ଧୁ l

ଶାସକ ଦଳ ପ୍ରଭାବରେ ବିଡ଼ିଓ ବିଡ଼ିଓ ପାତ୍ର ପ୍ରଭାବିତ ହୋଇ ଜାଲିଆତି କରିଥିବା ଅଭିଯୋଗ କରିଛନ୍ତି ଦୀନବନ୍ଧୁ ପ୍ରଧାନ l
ତେବେ ସବୁ କିଛି ନୀତି ନିୟମ ପ୍ରକାରେ ହୋଇଥିବାକ.ନୂଆଗାଁ ବିଡ଼ିଓଶରତ ପାତ୍ର କହିଛନ୍ତି l

Leave a comment

Your email address will not be published. Required fields are marked *