#Breaking News

କନ୍ଧମାଳ ରେ ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ର ପ୍ରୟାସ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ରେ ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରୟାସ ଆରମ୍ଭ କରିଛି l
କନ୍ଧମାଳ ଜିଲ୍ଲା ର ବିଭି ନ୍ନ ବ୍ଲକ କୁ ଯାଇ ଔଷଧ ବିତରଣ କରାଯା ଉଥିବା କଥା ସ୍ୱାସ୍ଥ୍ୟ ବିଭାଗପକ୍ଷରୁ ଫୁଲବାଣୀ ର ମୁଖ୍ୟଚିକିତ୍ସାଳୟ ର ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ରେ ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ ଉପାଧ୍ୟା ୟ କହିଛନ୍ତି l କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ, ରାଇକିଆ ଓଜି. ଉଦୟଗିରି ରେ ଚଉଦ ଜଣ ଟି ଫାଇଲେରିଆ ରୋଗୀ ଚିହ୍ନଟ ହୋଇଥିଲେ l ସେଇ ରୋଗୀ ମାନ ଙ୍କୁ ମାଗଣା ଔଷଧ ପ୍ରଦାନ କରାଯିବା ସହ ସ୍ୱତନ୍ତ୍ର ଦ୍ରୁଷ୍ଟି ରଖାଯାଇଥିଲା l ଚିକିତ୍ସା କରିବା ଫଳରେ ସେମାନେ ବର୍ତ୍ତମାନ ଏବେ ଭଲ ଅଛନ୍ତି l କନ୍ଧମାଳ ଜିଲ୍ଲା ର ୧୨ ଟି ବ୍ଲକ ର ଚାରିଶହ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା କିନ୍ତୁ ସବୁ ନେଗେଟିଭ୍ ଆସିଥିବା ସି ଡ଼ିଏମ ଓ କହିଛନ୍ତି l ଫାଇଲେରିଆ ମୂଳ ପୋଛ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି l ତେଣୁ ଚଳିତ ମାସ 16ତାରିଖ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ କୁ ଯାଇ ଲୋକଙ୍କୁ ଔଷଧ ଦିଆଯିବ ବୋଲି ସୂଚନା ଦେଇଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ରେ ପୋଗ୍ରାମ ମ୍ୟାନେଜର, ମାନରଞ୍ଜନ ସାହୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଜେନେରାଲ କୋଡ଼ିନେଟର ଡଃ. ସମ୍ବିତ ପ୍ରଧାନ ଯୋଗଦେଇଥିଲେ ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ
ଡା. ମ ନୋ ଜ କୁମାର ଉପାଧ୍ୟାୟ ଙ୍କ ସମେତ ବହୁବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *