#Breaking News

ଆନ୍ତଃଜିଲ୍ଲା ନରେନ୍ଦ୍ର ଜେନା ମେମୋରିଆଲ ଫୁଟବଲ ଟେନିସ ଚମ୍ପିୟାନ ଦଳ ସମ୍ବର୍ଦ୍ଧିତ


ଫୁଲବାଣୀ(ସୁନୀଲ ପଟନାୟକ )
ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନ୍ ଏବଂ ସିଟି କ୍ଲବ ଭୂବନେଶ୍ଵର ର ମିଳିତ ଉଦ୍ୟମରେ ସୟଦ୍ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଗତ ୨୬ ଏବଂ ୨୭ ତାରିଖ ଦୁଇ ଦିନ ଧରି ୫ମ ନରେନ୍ଦ୍ର ଜେନା ଆନ୍ତଃଜିଲ୍ଲା ଫୁଟବଲ ଟେନିସ ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା ଉକ୍ତ ପ୍ରତିଯୋଗିତାରେ ଗତ ଦୁଇ ଥରର ବିଜେତା କନ୍ଧମାଳ ଜିଲ୍ଲା ଫୁଟବଲ ଟେନିସ ଦଳ ପୂର୍ଣ୍ଣ ବାର ଯାଜପୁର ଜିଲ୍ଲା ଫୁଟବଲ ଦଳକୁ ୧୫-୭ ଏବଂ ୧୫- ୪ ଫଣ୍ଟ ରେ ପରାସ୍ତ କରି ଲଗାତାର ତୃତୀୟ ଥର ପାଇଁ ଚମ୍ପିୟାନ ଟ୍ରଫି ମୁଖ୍ୟ ଅତିଥି ଙ୍କ ଠାରୁ ଗ୍ରହଣ କରିଥିଲେ। ଆନ୍ତର୍ଜାତୀୟ ଫୁଟବଲ ଟେନିସ ଖେଳାଳି ପପୁନା ସାହୁ , ରାଷ୍ଟ୍ରୀୟ ଖେଳାଳି କଳାମୋହନ ନାୟକ , ବାଦଲ ବୃର୍ଗୀ, ଆଶିଷ ବୃର୍ଗୀ, କରମଚାନ୍ଦ ନାୟକ, ସୁନିଲ କୁମାର ପ୍ରଧାନ, ସୁବ୍ରତ କୁମାର ପ୍ରଧାନ, ନିୟୁପ୍ରନ ନାୟକ ଙ୍କୁ ନେଇ ଗଠିତ ଦଳର ସଭ୍ୟ ମାନଙ୍କୁ ଅଞ୍ଚଳ ବାସି ପ୍ରଶଂସା କରିବା ସହ ସେମାନଙ୍କର ଭବିଷ୍ୟତ ଉଜଳମୟ ର କାମନା କରି ବିଜୟର ଶୋଭାଯାତ୍ରା କରି ଗାଁ ରେ ଭ୍ରମଣ କରିଥିଲେ। ନୂତନ ର୍ନୀବାଚିତ ସରପଞ୍ଚ ଶ୍ରୀମତୀ ଆକାଂକ୍ଷା ପ୍ରଧାନ, ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପୂର୍ବତନ ସରପଞ୍ଚ ହୃଦୟ ପ୍ରଧାନ , ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ୍ ଏକାଡେମୀ ର କୋଚ କୁମାରୀ ସସ୍ମିତା ସାହୁ , ଅନୁଷ୍ଠାନ ର ସ୍ଥାପକ ମହମ୍ମଦ ଜିଆଊଦ୍ଧିନ୍ ଅହମ୍ମଦ ଖେଳାଳି ମାନଙ୍କୁ ଶୁଭକାମନା ସହ ଶୁଭେଚ୍ଛା ଜଣାଇଛନ୍ତି।

Leave a comment

Your email address will not be published. Required fields are marked *