#Breaking News

ଟିକେଟ ପାଇଁ ସବୁ ଦଳ ରେ ଛକା ପଞ୍ଚା ବିଜେଡିରୁ ପୁନମ ହେଲେ ଅଧ୍ୟକ୍ଷା ପ୍ରାର୍ଥୀ


ଫୁଲ ବାଣୀ(ସୁନୀଲ ପଟ୍ଟନାୟକ)
ଶାସକ ବିଜେଡି ଦଳ ଶେଷରେ ପୁନମକହଁରଙ୍କୁ ପ୍ରାର୍ଥୀ କରିବାପାଇଁ ଚୁଡ଼ାନ୍ତ ନାମ ତାଲିକା ଘୋଷଣା କରିଛି l । ପୁନମ ବର୍ତ୍ତମାନ କନ୍ଧମାଳ ଜିଲା ବିଜେଡି ମହିଳା ମୋର୍ଚ୍ଚା ସଭାପତି ଅଛନ୍ତି । ପୁନମଙ୍କ ବେଶ ସାଂଗଠନିକ ଦକ୍ଷତା ମଧ୍ୟ ରହିଛି । କିଛି ନୁଆଁ କରି ଦେଖାଇବା ଲାଗି ସେ ସର୍ବଦା ଚିନ୍ତିତ l ଦଳ ରେ ଭଲ ପ୍ରଭାବ ରହିଛି ତାଙ୍କର ।ଏଣୁ ବିଜୟ ସମ୍ଭାବନା କୁ ଦୃଷ୍ଟିରେ ରଖି ପୁନମ ଙ୍କୁ ଟିକେଟ ଦିଆଯାଇଥିବା ଦଳ କହିଛି l
ତେବେ ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରାଙ୍କୁ ସମସ୍ତେ ଦଳୀୟ ନେତା ଓ କର୍ମୀ ଚାହୁଁଥିଲେ ମଧ୍ୟ ବିଷ୍ଣୁପ୍ରିୟା ଓ ସ୍ୱାମୀ ମନ୍ତ୍ରୀ ପଦ୍ମନାଭ ବେହେରା ଇଛା ପ୍ରକାଶନ କରିବା ଫଳରେ ପୁନମଙ୍କ ନାମ ଚର୍ଚାକୁ ଆସିଥିଲା l
ଶନିବାର ସନ୍ଧ୍ୟା ରେ ମନ୍ତ୍ରୀ ତଥା ଜ଼ିଲ୍ଲା ପ୍ରଭାରୀ ପ୍ରତାପ ଜେନା ପୁନମ ଙ୍କ ନାମ ଘୋଷଣା କରିଥିଲେ l
ତେଵେ ପୁନମ ଙ୍କ ପାର୍ଥୀତ୍ବ କୁ ସହର ର ଅନେକ ବିଜେଡି ନେତା ଓ କର୍ମୀ ଏତେଟା ପସନ୍ଦ କରିନଥବା ଜଣାପଡିଛି l
ତେଵେ ବିଜେପି କି କଂଗ୍ରେସ ଏଯାଏଁ ପାର୍ଥି ଙ୍କ ନାମ ତାଲିକା ଘୋଷଣା କରିନାହାନ୍ତି l
ତେଵେ ବିଜେପି ଦଳରୁ ବନିତା ପଟନାୟକଙ୍କ ନାଁଚର୍ଚାର ଆଗରେ ରହିଥିବାବେଳେ ଜିଲ୍ଲା ବିଜେପିମହିଳା ମୋର୍ଚା ସଭାପତି ସ୍ମିତ । ମହାନ୍ତି ମଧ୍ୟରେ ଟିକେଟରେସରେ ଅଛନ୍ତି । ସେହିପରି ବିଜେପି ନେତା ତଥା ପୂର୍ବତନ ନ ଗରପାଳ କମଳାକାନ୍ତ ପାଣ୍ଡେଙ୍କ ବୋହୁ ମମତା ପାଣ୍ଡେଙ୍କ ନାଁ ବି ଚର୍ଚା ହେଉଛି ।
ହେଲେ ବନୀ ତା ପଟନାୟକ ସଂଘ ପରିବାରର ହୋଇଥିବା ଓ ତାଙ୍କୁ ଜିଲ୍ଲାର ଟାଣୁଆ ନେତାମାନେ ସମର୍ଥନ କରୁଥିବାରୁବନୀତ।ଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଫାଇନାଲ କରିବାକୁ ଯାଉଥିବା ଜଣାପଡିଛି । ନାମାଙ୍କନ ପତ୍ର ଦାଖଲ କରିବାଲାଗି ଆଉ ମାତ୍ର ୨ ଦିନ ରହିଲା ଫଳରେ ଆସନ୍ତ । କାଲି ରବି ବାର ଦଳୀୟ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି କୁହାଯାଉଛି ।
ତାଲିକା ପ୍ରକାଶ ପରେ କିଏ ଟିକେଟ ପାଇବ ତାହା ସ୍ପଷ୍ଟ ହୋଇଯିବ ।

Leave a comment

Your email address will not be published. Required fields are marked *