#Breaking News

୧୪ବର୍ଷରୁ କମ ଜାତୀୟସ୍ତରୀୟ ରଗବୀ ଖେଳାଳୀଙ୍କୁ ପ୍ରେସ କ୍ଳବ ପକ୍ଷରୁ ସମୂର୍ଦ୍ଧନା


ଫୁଲବାଣୀ(ସୁନୀଲପଟନାୟକ)

କନ୍ଧମାଳ ଜିଲା ଜି. ଉଦୟଗିରି ର ଚାରି ଜଣ ଟଚ ରଗବି ଜାତୀୟ ସ୍ତରୀୟ କୁ ନୀ ଖେଳାଳୀଙ୍କୁ ଜିଲ।ପ୍ରେସକ୍କବ୍ ପକ୍ଷରୁ ବୁଧବାର
ସମ୍ବର୍ଦ୍ଧିତ କରାଯାଇଛି ।
ଏହି ଅବସରରେ ସ୍ଥାନୀୟ ପ୍ରେସ କ୍ଳବଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସାଧାରଣ ସଂପାଦକ ପ୍ରଶାନ୍ତ ବେହେରା, ଉପସଭାପତି ସୁନୀଲବିଶ୍ଵାଳ, ମିଡ଼ିଆ ଫରୋମ ସଂପାଦକ ସୂର୍ଯ୍ୟନାରାୟଣ ବେହେରା, ବରୀଷ୍ଠ ସାମ୍ବାଦିକ ନାରାୟଣ ସାହୁ,ସଦାଶିବ ପାତ୍ର ପ୍ରମୁଖ ଯୋଗଦେଇ ୪ ଜଣ ଖେଳାଳୀ ବାବୁ ଦେହୁରୀ, ବିଜୟ ପ୍ରଧାନ। ଅର୍ଚିତା ପ୍ରଧାନ ଓ ମାନସୀ ପ୍ରଧାନଙ୍କୁ ଫୁଲ ତୋଡ଼ା,ପୋଷ।କପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବାବୁ ଓ ବିଜୟ ୩ୟ ସ୍ଥାନ ଅଧିକାର କରିଥିବାବେଳେ ଅର୍ଚିତା ଓ ମାନସୀ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ।

ସେହିପରି ଜି.ଉଦୟଗିରୀ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆସାର୍ଟ ର ମୁଖ୍ୟ ମହମ୍ମଦ ଜିଆ ଉଦିନ ଅକ୍ଲାନ୍ତ ପରିଶ୍ରମ କରି ଜିଲ୍ଲାରେ ଆଦିବାସୀ ପିଲାଙ୍କୁ ରଗବୀଖେଳ ତାଲିମ ଦେଇ ଜାତୀୟସ୍ତରରେ ପହଞ୍ଚାଇଥିବାରୁ ସଭାପତି ସୁନୀଲ ପଟ୍ଟନାୟକ ଉଚ୍ଚ ପ୍ରସଂସା କରିବା ସହ ଫୁଲତୋଡ। ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଖେଳାଳୀମାନେ ଓଡ଼ିଶା ରଗବୀ
ଏ ସୋସିଏସନ ପକ୍ଷରୁ ମନୋନୀତ ହୋଇ ସର୍ବ ଭାରତୀୟ ସ୍ତରରେ ଖେଳିବାଲାଗି ହାଇଦ୍ରାବାଦ ଯାଇ ବୁଧବାର ସକାଳୁ ଫୁଲବାଣୀରେ ପହଞ୍ଚି ଜିଲାପାଳ ଡା. ବୃନ୍ଦାଡ଼ିଙ୍କୁ କାର୍ଯ୍ୟାଳୟରେ ଭେଟିଥିଲେ । ଜିଲପାଳ ଖେଳାଳୀମାନଙ୍କ ସହ କଥା ହୋଇ ଖୁସୀ ବ୍ୟକ୍ତି କରିବା ସହ ଉଜ୍ଵଳ ମୟଭବିଷ୍ୟତ କାମନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ
ଆଦିତ୍ୟ ତ୍ରିପାଠି, ପ୍ରଶାନ୍ତ ଜେନା, ଦୁଃଖିଶ୍ୟାମ ପ୍ରଧାନ,ବ।ପି ପଟ୍ଟନାୟକ ଜୟ ସେନ ପରିଡା ପ୍ରମୁଖ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *