#Breaking News

କିଶୋରୀ ଓ ଯୁବତୀଙ୍କ ପାଇଁ ସୂଚନା କେନ୍ଦ୍ର ଉଦଘାଟିତ


ଫୁଲବାଣୀ-(ସୁନୀଲପଟନାୟକ)
କିଶୋରୀ ଓ ଯୁବତୀମାନଙ୍କ ପାଇଁ ଯୌନ ପ୍ରଜଜନସ୍ୱାସ୍ଥ୍ୟ ଅଧିକାର, ଓ ବିଭିନ୍ନ ସରକାରୀ
କାର୍ଯ୍ୟକ୍ରମ ସୁବିଧାରେ ଯୋଗାଇଦେବା ଲାଗି ଆନ୍ତର୍ଜାତୀୟ ସଂଗଠନ ସେଭଦି ଚିଲଡ୍ରେନ ପକ୍ଷରୁ କନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ଓ ବଣ୍ଡ ଗୁଡ଼ା ଠାରେ ଦୁଇଟି ସୂଚନା କେନ୍ଦ୍ର ଉଦଘାଟିତ ହୋଇଛି । ଉଦ୍ ଘାଟନୀ ଉତ୍ସବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ନେଇ ଏହାକୁ ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଯୁବତୀ ଓ କିଶୋରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ସଂପର୍କରେ ଜାଣିବା ପାଇଁର୍ଏହି ସୂଚନା କେନ୍ଦ୍ର ବେଶ ସହାୟକ ହେବ ବୋଲି ମୁଖ୍ୟଅତିଥି ଶ୍ରୀମତି ପ୍ରଧାନକହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କନୁଆଗାଁ ସିଡ଼ି ପିଓ ଦୌପଦୀ କହଁର, ମିଶନ ଶକ୍ତି ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜନ ସୁନୀଲ ମାଲିକ, ସେଭଦି ଚିଲଡ୍ରେନର ଆସିଷ୍ଟାଣ୍ଟ ମେନେଜର ମନୋଜ ମିଶ୍ର ପ୍ରମୁଖଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ କିଶୋରୀ ଯୁବତୀ ଓ ମହିଳା ଉପସ୍ଥିତ ଥିଲେ । ସରସ୍ଵତୀ ବିନ୍ଧାଣୀ ଓ ପ୍ରିୟତମା ନାୟକ ପ୍ରମୁଖ କାର୍ଯ୍କ୍ରମକୁ ସୂଚାରୁ ରୁପେ ପରିଚାଳନା କରିଥିଲେ ।

Leave a comment

Your email address will not be published. Required fields are marked *