#Breaking News

ନୂଆ ଓଡ଼ିଆ ଚଳଚ୍ଚିତ୍ର ” ପ୍ରେମରେ ରିସ୍କ ହେଲା ମତେ ଇସ୍କ ” ର ଅଡିଓ ଲୋକାର୍ପଣ

ଭୁବନେଶ୍ବର:(ଉଲାପ୍ର):ୟୁଏସ୍ ମୋସନ୍ ପିକଚର୍ସ ଓ କେ.ମୁରଲୀ କ୍ରିଷ୍ଣା ଫିଲ୍ମ ମିଳିତ ସହଯୋଗ ରେ ନିର୍ମାଣ ନୂଆ ଓଡ଼ିଆ ଚଳଚ୍ଚିତ୍ର ” ପ୍ରେମରେ ରିସ୍କ ହେଲା ମତେ ଇସ୍କ ” ର ଅଡିଓ ଲୋକାର୍ପଣ ଭୂବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡଶୀ ରିସର୍ଚ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ରେ ମୁଖ୍ୟ ଅତିଥି ଭାବେ ୟୁନିୟନ୍ ବ୍ୟାଙ୍କ ଚନ୍ଦ୍ରଶେଖରପୁର ର ଶାଖା ପରିଚାଳକ ମାନସ ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ମଞ୍ଜରୀ ଟିଭି ର ଚ୍ୟାନେଲ ମୁଖ୍ୟ ରତିକାନ୍ତ ଶତପଥି, ଜୀ ସାର୍ଥକ ର ନନ୍ ଫିକସନ୍ ହେଡ ସାଇ ମଙ୍ଗକିରଣ ମଙ୍ଗରାଜ , କଲର୍ସ ଓଡ଼ିଆ ର ଚ୍ୟାନେଲ ମୁଖ୍ୟ ପ୍ରିୟ ରଞ୍ଜନ ପଣ୍ଡା, ଅଭିନେତା ସୂର୍ଯ୍ୟକାନ୍ତ ସାମଲ ଓ ଅଭିନେତ୍ରୀ ମାମା ସାମିଲ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ର ର ଅଡିଓ କୁ ଲୋକାର୍ପଣ କରିଥିଲେ ।

ୟୁଏସ୍ ମୋସନ୍ ପିକଚର୍ସ ବ୍ୟାନର ରେ ନିର୍ମିତ ଏହି ଚଳଚ୍ଚିତ୍ର ରେ ନିର୍ଦ୍ଦେଶନା ଦାଇତ୍ଵ ରେ ଅଛନ୍ତି କେ.ମୁରଲୀ କ୍ରିଷ୍ଣା, ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ,ସଙ୍ଗୀତ ନିର୍ଦ୍ଦେଶନା ଦାଇତ୍ଵ ରେ ଅଛନ୍ତି ସଞ୍ଜୟ ଓ ସିତୁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ,ଅରପିତା ଚୌଧୁରୀ,ସତ୍ୟଜିତ୍,ନାଭ୍ୟା,ଲିପ୍ସା, ସୁଶାନ୍ତ ଙ୍କ ସହ ଗୀତ ରଚନା କରିଛନ୍ତି ସତ୍ୟାନନ୍ଦ ନାୟକ, ଉମେଶ ସାହୁ,ଏମ୍ ଜେବି ବଣ୍ଟି,ପିଣ୍ଟୁ ଏଥିସହିତ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁରୟାନ୍ ରଥ ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ।
ଏଥିରେ ମୁଖ୍ୟ ଭୂମିକା ରେ ଅଭିନୟ କରିଛନ୍ତି ଶୈଳେନ୍ଦ୍ର , ଦିବ୍ୟା,ଟୁଲୁ,ଶୁଭ୍ରାଂଶୁ, ଚିନ୍ତାମଣି, ଅଞ୍ଜନା ମିଶ୍ର, ରବି ମିଶ୍ର, ରତନ ମେହେର,କାଳିଆ ଷଣ୍ଢ ପ୍ରମୁଖ ।

ସଙ୍ଗୀତ ଲୋକାର୍ପଣ ସହ ଚଳଚ୍ଚିତ୍ର ର ଫାଷ୍ଟ ଲୁକ୍ ମଧ୍ୟ ଦର୍ଶକ ମାନଙ୍କ ଉଦ୍ଦେଶ୍ୟ ରେ ଅତିଥି ମାନେ ଲୋକାର୍ପଣ କରିଥିଲେ ।
ଚଳଚ୍ଚିତ୍ର ଅତି ଶିଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Leave a comment

Your email address will not be published. Required fields are marked *