#Breaking News

ଶ୍ରୀ ଶ୍ରୀ ହନୁମାନ ଜୀ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ଅବସର ରେ ନିଷ୍ଠାର ରକ୍ତଦାନ ଶିବିର


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ କିଛିକାଂଶ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ର ପ୍ରୟାସ ଶ୍ରୀ ଶ୍ରୀ ହନୁମାନ ଜୀ ବିଗ୍ରହ ଓ ପ୍ରାସାଦ ର ଶୁଭ ପ୍ରତିଷ୍ଠା ଅବସର ରେ ନିଷ୍ଠା ପରିବାର ଓ ହନୁମାନ ମନ୍ଦିର ପରିଚାଳନା କମିଟି, କଟାପାଳି,ବରଗଡ ଦ୍ବାରା ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର କୁ ପଣ୍ଡିତ ଗୋପାଲ ମିଶ୍ର ପୂଜା ଅର୍ଚ୍ଚନା କରି ଫିତାକାଟି ଉଦ୍ଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ।ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ମୋଟ ୫୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶିବିର ପରିଚାଳନା ରେ ନିଷ୍ଠା ପରିବାର ର ସଭାପତି ରକ୍ଷପାଳ ସାହୁ,କୋଷାଧ୍ଯକ୍ଷ ଶ୍ୟାମସୁନ୍ଦର ସାହୁ , କଟାପାଳି ର ସକ୍ରିୟ ସଦସ୍ୟ ପଵନ ଷଡ଼ଙ୍ଗୀ, ଆଶିର୍ଵାଦ ଦାସ, ରୁପେଶ କର, ଜିତେନ୍ଦ୍ର ସାହୁ, ସାଜନ ସାହୁ, ମିନକେତନ ରାଉତ,ମାନସ ମେହେର ଙ୍କ ସମେତ ମହିଳା ଶାଖାର ତ୍ରିପୁରା ସୁହୁଲା,ରୀନା ମହାରଣା ଏବଂ ନିଷ୍ଠା ର ସଦସ୍ୟ ଓ ସଦସ୍ୟା ମାନେ ସହଯୋଗ କରିଥିଲେ। ହନୁମାନ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରି ଶିବିର କୁ ସଫଳ କରିଥିଲେ।

Leave a comment

Your email address will not be published. Required fields are marked *