#Breaking News

ନିର୍ବାଚନୀ ହିଂସା ଫୁଲବାଣୀ ସହର ରେ ଛୁରା ମାଡ଼, ତିନି ଗୁରୁତର, ବିଜେପି ପୋଷ୍ଟରଚିରିବା ବେଳେ ପ୍ରତିବାଦ କରି ୨ ଆହାତ


ଫୁଲବାଣୀ (ସୁନୀଲ ପଟନାୟକ )
ଶୁକ୍ରବାର ବିଳମ୍ବିତ ରାତିରେ ଫୁଲବାଣୀ ସହର ରେ ଛୁରା ମାଡରେ ତିନି ଜଣ ଗୁରୁତର ଆହାତହେବାଫଳରେ ସେମାନଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଯୋଗ୍ୟ ଯେ ତିନି ଜଣକ ଭିତରେ ନିର୍ବାଚନ କୂ ନେଇ ପ୍ରଥମେ ଯୁକ୍ତି ତର୍କ ଓ ପାଟିତୁଣ୍ଡ ହୋଇଥିଲା o ପରେ ମାଡ଼ପିଟ ଆଉ ଶେଷରେପରସ୍ପର ମଧ୍ୟରେ ଛୁରୀ ରେ ଆକ୍ରମଣ,କରିବା ରୁ ତିନିଜଣ ଯାକ ଗୁରୁତରଆହାତ ହୋଇ ଫୁଲବାଣି ମେଡିକାଲରେ ଭର୍ତିହୋଇଛନ୍ତି l ତିନିଜଣ ହେଲେଫୁଲବାଣୀ ମୁଁଣ୍ଡିଆସାହିରହାପିବେହେରା,ଜିରିଙ୍ଗିପଡା ଗୋପା ଳସାହିର ଶଶାଙ୍କ ପାତ୍ର ଓ ଚିତ୍ରକୁଟ ସାହିର ସୂର୍ଯ୍ୟ ନାରାୟଣ ବଗର୍ତ୍ତି। ଜଣେ ଜଣକୁ ଚୁର ମାଡ଼ କରିଥିବା ଅଭିଯୋଗ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚିତଦନ୍ତ ଆରମ୍ଭ କରିଛି


ସେହିପରି ଶୁକ୍ରବାର ବିଳମ୍ବିତ ରାତିରେ ଛ ନମ୍ବର ବିଜେଡି କାଉନସିଲର ପାର୍ଥୀ ଙ୍କ ସ୍ୱାମୀ ବିଜେପି ର ପୋଷ୍ଟର ଚିରିବା ବେଳେ ପ୍ରତିବାଦ କରିବାରୁ ବିଜେଡି କର୍ମୀ ମାନେ ଉତ୍ୟକ୍ତ ହୋଇ ବିଜେପି ର ତପନ ପାଢ଼ୀ ଓ ବିଜେପି ଯୁବ ମୋର୍ଚା
ର ସୁଧାଂଶୁ ଗୁରୁ ଙ୍କୁ ମାଡ ମାରିଥିବା ନେଇ ଟାଉନ ଥାନା ରେ ଅଭିଯୋଗ ହୋଇଛି lଉଭୟ ବିଜେପି କର୍ମୀ ଚିକିତ୍ସା ପାଇଁ ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି l
ପୌର ନିର୍ବାଚନ ପରାଜୟ ଭୟରେ ଶାସକ ବିଜେଡି କର୍ମୀ ଏଭଳି ଆକ୍ରମଣ କରୁଥିବା ବିଜେପି ଅଭିଯୋଗ କରିଛି l

Leave a comment

Your email address will not be published. Required fields are marked *