#Breaking News

ହୁତ ହୁତ ହୋଇ ଜଳୁଛି ଜଙ୍ଗଲ, ଶୋଇଛି ବନବିଭାଗ


ଫୁଲବାଣୀ(ସୁନୀଲପଟନାୟକ)
ହୁତ ହୁତ ହୋଇ ଜଳୁଛି ବାଲିଗୁଡା ଜଙ୍ଗଲ। ବାଲି ଗୁଡା ଜଙ୍ଗଲ ବିଭାଗ ଅନ୍ତର୍ଗତ କ. ନୂଆଗାଁ ରେଞ୍ଜ ଅନ୍ତର୍ଗତ ଡ଼ାକେ ରିଗିଆ, କ ନୂଆଗାଁ, ସାରଙ୍ଗଡ଼ ଆଦି ବିଭିନ୍ନ ଜଙ୍ଗଲରେ ଦିନ ରାତି ଜଳୁଛି ନିଆଁ ।
ଫଳରେ ସଂଙ୍କଟରେ ଜୀବଯନ୍ତୁ । ଥମିବାର ନାଁ ନେଉନି । ଏ ଜଙ୍ଗଲରୁ ସେ ଜଙ୍ଗଲ ମଧ୍ୟ ଡେଉଁ ଛିନିଆଁ ।
ନିଆଁରଆଁ ଭିତରେ ହଜି ଯାଉଛି ଶାଳ , ପିଆଶାଳ, ଭଳି ମୂଲ୍ୟବାନ ଗଛ ସହ ବହୁ ଔଷଧୀୟ ବୃକ୍ଷ । ଜଙ୍ଗଲଜଳିବା ଫଳରେତା ସାଙ୍ଗକୁ ତାପମାତ୍ରା ମଧ୍ୟ ବଢୁଛି । ଜଙ୍ଗଲରେ ଥିବା ବାଘ ଭାଲୁ , ମାଙ୍କଡ଼, ବାରାହା .ସମ୍ବର,କୁ ଟୁରା, ଆଦି ବନ୍ୟଜନ୍ତୁସଂକଟରେ ପଡୁଛନ୍ତି l
ନିଆଁକୁ ଆୟତ କରିବାପାଇଁ ବନ ବିଭାଗ ବିଫଳ ହୋଇଥିବାବେଳେ ଜଙ୍ଗଲ ଓ ବନ୍ୟଜନ୍ତୁ ଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ ପାଲଟିଛିl

। ଏନେଇ ବନ ବିଭାଗ ଅଧିକାରୀ କୁ ପଚ଼।ରିଲେ ସେମାନେ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ସେଥିପ୍ରତି ଲୋକଙ୍କୁ ସଚେତନ କରିବା ସହ ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି।

Leave a comment

Your email address will not be published. Required fields are marked *