#Breaking News

ମୁନିଗୁଡା ପ୍ରେସ କ୍ଲବର ୧୫ ତମ ବାର୍ଷିକ ଉତ୍ସଭ ଅନୁଷ୍ଠିତ,ସମ୍ବର୍ଦ୍ଧିତ ହେଲେ ଅନେକ ସାମ୍ବାଦିକ


ମୁନିଗୁଡା( ଉଲାପ୍ର)ରାୟଗଡା ଜିଲା ମୁନିଗୁଡା ପ୍ରେସ କ୍ଲବର ୧୫ ତମ ବାର୍ଷିକ ଉତ୍ସଭ ନିୟମଗିରି ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି।ରାୟଗଡା ଜିଲା ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଦେବେନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାୟଗଡା ଜିଲା ସୂଚନା ଲୋକସମ୍ପର୍କ

ଅଧିକାରୀ ବସନ୍ତ ପ୍ରଧାନ ଯୋଗଦେଇ କହିଲେ ସାମ୍ବାଦିକ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ହୋଇଥିବା ଯୋଗୁ ତାଙ୍କ ପ୍ରତି ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ରହିଛି।ଏହି କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ବେଣୁଧର ପଣ୍ଡା,ପୂର୍ବତନ ଜିଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା,ଉତ୍କଳ ସାମ୍ବାଦିକ ସଙ୍ଘ ଉପ ସଭାପତି ବିନାୟକ ମିଶ୍ର,ଭାରତୀୟ ପେଷାଦାର ସାମ୍ବାଦିକ ସଙ୍ଘ ସଭ୍ୟ ରାଜକିଶୋର ସ୍ୱାଇଁ,କଟକ ଜିଲା ସଭାପତି ଲଲାଟେନ୍ଦୁ

ସେନାପତି,ମୁନିଗୁଡା ପ୍ରେସ କ୍ଲବ ସଭାପତି ରାଜୀବ ଲୋଚନ ଦାସ ପ୍ରମୁଖ ଯୋଗଦେଇଥିଲେ, ସମ୍ପାଦକ ବିବରଣୀ ପ୍ରଦାନ କରିଥିଲେ ମନୋରଞ୍ଜନ ଦଳାଇ,ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ଗୌରାଙ୍ଗ ଚରଣ

ରାଉତ,କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ନନ୍ଦକିଶୋର ପଟ୍ଟନାୟକ, ଦକ୍ଷ ବାତ୍ରା, ଚନ୍ଦ୍ରଶେଖର ପଣ୍ଡା,ପ୍ରମୋଦ ସାହୁକାର।କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମ୍ବର୍ଦ୍ଧିତ ହୋଇଥିବା ସାମ୍ବାଦିକ ମାନେ ହେଲେ ରାଜ୍ୟ ସଭାପତି ପ୍ରମୋଦ ପଟ୍ଟନାୟକ ସମ୍ପାଦକ ବେଣୁଧର ପଣ୍ଡା,କଟକ ଜିଲା ସଭାପତି ଲଲାଟେନ୍ଦୁ ସେନାପତି ଓ ଆହୁରି ଅନେକ।

Leave a comment

Your email address will not be published. Required fields are marked *