#Breaking News

ଡ.ଇତି ସାମନ୍ତ ଙ୍କୁ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧନା


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଆଜି ନିଷ୍ଠା ପରିବାର ପକ୍ଷରୁ ଖଣ୍ଡହତା ସ୍ଥିତ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜ ସେବୀ ,ସୁସାହିତ୍ୟିକା ତଥା କାଦମ୍ବିନୀ ପତ୍ରିକା ର ସମ୍ପାଦିକା ଡଃ ଇତୀରାଣୀ ସାମାନ୍ତ ଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଷ୍ଠା ପରିବାର ତରଫରୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ଡଃ ସମାନ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ବିଶିଷ୍ଟ ସମାଜ ସେବୀ ,ଆଦର୍ଶ ଶିକ୍ଷକ ତଥା ଟ୍ବିଟର ମେନ ଦିବସ କୁମାର ସାହୁ ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ,ବରଗଡ଼ ର ପ୍ରତିଷ୍ଠାତା ମୁକୁନ୍ଦ ଦାଶ ଙ୍କୁ ମଧ୍ୟ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁଷ୍ପଗୁଚ୍ଛ ,ଉପଢୌକନ ଓ ମୋମେଣ୍ଟୋ ଦେଇ ନିଷ୍ଠା ପରିବାର ତରଫରୁ ସମ୍ମାନିତ କରାଯାଇଥିଲା। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଷ୍ଠା ପରିବାର ର ସଭାପତି ରକ୍ଷପାଳ ସାହୁ , ଉପ ସଭାପତି କ୍ଷୀରୋଦ୍ର ସାହୁ ମଞ୍ଚସୀନ ଥିବାବେଳେ ମଦନ ମୋହନ ଦାଶ ମଞ୍ଚ ସଂଯୋଜନା କରିଥିଲେ। ନିଷ୍ଠା ପରିବାର ର ମହିଳା ଶାଖା ଏବଂ ନିଷ୍ଠା ପରିବାର ର ସଦସ୍ୟମାନେ ସଭା ପରିଚାଳନାରେ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *