#Breaking News

ପୌରଭୋଟ ପାଇଁ ଫୁଲିଙ୍ଗ ଟିମ ପହଞ୍ଚିଲେ ,ଆସନ୍ତାକାଲି ଭୋଟ ଗ୍ରହଣ


ଫୁଲ ବାଣୀ-(ସୁନୀଲପଟନାୟକ)
ପୁରୁବାର ପୌର ନିର୍ବାଚନ I ସକାଳ ୮ଘଣ୍ଟାରୁ ସଂଧ୍ୟା ୫ଘଣ୍ଟାଯାଏଭୋଟଗ୍ରହଣ ହେବ।
ନିର୍ବାଚନ ପାଇଁଫୁଲିଙ୍ଗ ପାର୍ଟି ପୋଲିସର କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଥ ଗୁଡିକରେ ପହଞ୍ଚିଗଲେଣି । ଗୁରୁବାର ଭୋଟ ହେବ।
ଜିଲାର ଫୁଲବାଣୀ ମୁନିସପାଲଟି ସମେତ ଜିଉଦୟଗିରି ଓ ବାଲିଗୁଡ଼ାଏ ନଏସିରେ ଭୋଟ ହେବ।
ଏ ସବୁ ପୌର ନିର୍ବାଚନ ପାଇଁ ମୋଟ ୫୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଫୁଲବାଣୀ ମୁନିସପାଲଟି ପାଇଁ ୨୭ଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଥିବାବେଳେ ଜି.ଉଦୟଗିରି ଏନଏସିପାଇଁ ୧୩ଟି ଭୋଟ ଗ୍ରହଣ କେନ୍ଦ୍ର ଓ ବାଲିଗୁଡ଼ାଏ ନଏସି ପାଇଁ ୧୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ସେହିପରି ଫୁଲବାଣୀରେ ୩ଟି ପିଙ୍କ ବୁଥ କରାଯାଇଥିବାବେଳେ ବାଲିଗୁଡ଼ା ଓ ଜି.ଉ ଦୟଗିରିରେ ଗୋଟିଏ ଲେଖାଁଏ ପିଙ୍କ ବୁଥ କରାଯାଇଛି ।
ଭୋଟଗ୍ରହଣ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ରଖିଛି । ଏଥର ଭୋଟର ଇଭିଏମ ମେସିନରେ ଭୋଟ ଦେବେ।
ଫୁଲବାଣୀ ମୁନିସିପାଲଟି ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ସୁଚାରୁ ରୁପେ ପରିଚାଳନା କରୁଛନ୍ତି। ସେହିପରି ଜି ଉଦୟଗିରି ଏନ ଏସିଦାୟିତ୍ଵରେ ତହସିଲଦାର ଶୁଭ୍ରାଞଳୀ ପ୍ରଧାନ ଓ ବାଲିଗୁଡ଼ାଏନଏସି ଦାୟୀତ୍ଵରେ ତହସିଲଦାର ଶଶାଙ୍କ ଶେଖର ପାତ୍ର ନିର୍ବାଚନ ଅଧିକାରୀ ଅଛନ୍ତି । ଗୁରୁ ବାର ଫୁଲବାଣୀର ୨୫ହଜାର ୫୨୦ ଜଣ ଭୋଟର ୨୭ଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।
ଏଥର ଅଧ୍ଯକ୍ଷ ପଦବୀ ପାଇଁ ସିଧାସଳଖ ଭୋଟହେଉଥିବାରୁ ଭୋଟର ଦୁଇଟି ଭୋଟ ଦେବେ। ଗୋଟିଏ ଅଧ୍ଯକ୍ଷ ଓ ଗୋଟିଏ କାଉନସିଲର ପାଇଁ ଭୋଟ ଦେବେ ।
ସେହିପରି ବାଲିଗୁଡା ଏନଏସିରେ ୧୪ ହଜାର ୭୦୪ ଜଣ ଭୋଟର ୧୭ଟି ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିଛନ୍ତି
ସେହିପରି ଜି. ଭଦୟଗିରି ଏନଏସିରେ ୧୩ଟି ମତଦାନ କେନ୍ଦ୍ରର। ୮ ହଜାର ୧୮୫ ଜଣଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଆସନ୍ତା ୨୬ରେ ଭୋଟ ଗଣତି ହେବ।

Leave a comment

Your email address will not be published. Required fields are marked *