ଶଶିଭୂଷଣ ମିଶ୍ର (ବୁଢ଼ା ମାଷ୍ଟ୍ରେ) ଜନ୍ମ ଜୟନ୍ତୀ ଉତ୍ସବ
Udaya_Labanya | March 28, 2022 | 27 views |0 | Breaking News
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପାଠାଗାର ହଲ୍ ଠାରେ ଶଶିଭୂଷଣ ମିଶ୍ର (ବୁଢ଼ା ମାଷ୍ଟ୍ରେ) ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ସମ୍ବଲପୁରୀ ସାହିତ୍ୟ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କାମ ଦେବ ସାହୁ ଯୋଗଦେଇ ବୁଢ଼ା ମାଷ୍ଟ୍ରେ ଙ୍କ ଗବେଷଣାତ୍ମକ ଶିକ୍ଷା ଓ ତାହା ଛାତ୍ର ଛାତ୍ରୀ ମାନଙ୍କ ଉପରେ ପ୍ରଭାବ ତତ୍ ସହିତ ତାଙ୍କ ସାହିତ୍ୟ ଉପରେ ଅବଦାନ ଅତୁଳନୀୟ ବୋଲି କହିଥିଲେ। ସଭାକୁ ପରିଷଦ ର ସଭାପତି ଧନପତି ମହାପାତ୍ର ପରିଚାଳନା କରିଥିଲେ। ସମ୍ପାଦକ ଉତ୍ପନ୍ନ ଭୋଇ ମଞ୍ଚାସୀନ ଥିଲେ। ଏହି ଅବସରରେ ସଂଗୀତ ଜଗତରେ ବିଶେଷ ଅବଦାନ ପାଇଁ ଶ୍ରୀମତୀ ରୀନା ଦାସ ଙ୍କୁ ସମ୍ମାନିତ କରାଯାଇଥିଲା।