ବରଗଡ଼ ଜିଲ୍ଲା ଏସ୍ପିଙ୍କୁ ଡିଜିପି ସମ୍ମାନ
Udaya_Labanya | March 29, 2022 | 25 views |0 | Breaking News
ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କୁ ଡିଜିପି ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଏହା ସହିତ ବରଗଡ଼ ଜିଲାରେ କାର୍ଯ୍ୟରତ କନଷ୍ଟେବଳ ସୁଧୀର ଭୋଇଙ୍କୁ ମଧ୍ୟ ଡିଜିପି ଆୱାର୍ଡ ପ୍ରଦାନ କରାଯିବ। ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ଅପ୍ରେଲ ୧ ତାରିଖରେ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ପୋଲିସ ଭବନ ସମ୍ମିଳନୀ କକ୍ଷରେ ଏହି ସମ୍ମାନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।