#Breaking News

କନ୍ଧମାଳରେ ମହୁଲର ଅଭାବୀ ବିକ୍ରୀ, ଶେଷଣ ର ଶୀକାର ହେଉଛନ୍ତି ଆଦିବାସୀ ମହିଳା

.
ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲାରେ ମହୁଲର ଅଭାବୀ ବିକ୍ରି ଫଳରେ ଶୋଷଣର ଶୀକାର ହେଉଛନ୍ତି ଶତାଧିକ ଆଦିବାସୀ ମହିଳା। ଦିନ ତମାମ ପରିଶ୍ରମ କରି ମହୁଲ ସଂଗ୍ରହ କରୁଛନ୍ତି ହେଲେ ଉପଯୁକ୍ତ ମୂଲ୍ୟ ମିଳୁନି।

ଏବେ ମହୁଲସିଜନ । ମହୁଲ ଗଛରେ ମହୁଲ ଫୁଲ ଭର୍ତ୍ତୀ ହୋଇ ରହିଛି। ଖରାପଡିଲେ ଗଛରୁ ମହୁଲ ଟପ୍ ଟପ ହେଇ ପଡିଥାଏ।ଏ ବର୍ଷ ମହୁଲ ବି ଭଲ ଆସିଛି l
ଫଳରେ ଗ୍ରାମର ମହିଳାମାନେ ସକାଳୁ ସକାଳୁ ମହୁଲ ଗଛମୂଳେ ହାତରେ ଚାଙ୍ଗୁଡି ଧରିଅପେକ୍ଷା କରିଥାନ୍ତି ଆଉମହୁଲପଡିଲେ ତାକୁ ସଂଗ୍ରହ କରିଥାନ୍ତି । ନଚେତ ଗାଇଗୋରୁଛେଳି ମେଣ୍ଢା ଆଦି ଖାଇଯିବେ ।ମହୁଲ ଗୋଖାଦ୍ୟ, ସାର,ଦେଶୀମଦ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ।-ପଂଚ ମଲିକଓ ଯୁବତୀ କହଁର.ମହୁଲ ଗୋଟାଳି କହିଛନ୍ତି l
ମହୁଲ ସଂଗ୍ରହ କରିବାପରେ ମହୁଲ ଫୁଲକୁ ଟାଣ ଖରାରେ କିଛିଦିନ ଶୁଖାଇଥାନ୍ତି । ଶୁଖିଗଲା ପରେ ତାକୁ ବସ୍ତାରେ ନେଇବଜ।ରରେ ବିକ୍ରି କରିଥାନ୍ତି ।
6 ବ ପାରୀମାନେ କଲେ । ପିଛ।୫୦ ଟଙ୍କା କିଏ୬୦ ଟଙ୍କାରେ କିଣିଥାନ୍ତି ଯାହା ପରିଶ୍ରମର ମୁଲମିଳୁ ନ ଥିବା କହିଛି ନ୍ତି ମହୁଲ ସଂଗ୍ରହକାରୀ ।
ରସା ନନ୍ଦ ପ୍ରଧାନ ସୁଦାମ କହଁରକହିଛନ୍ତି l

ମହୁଲ ର ଦରବୃଦ୍ଧି ହେଲେ ସେମାନେ ଦି ପଇସା ଅଧିକ ପାଇପାରିଥାନ୍ତେ ଆଉ ପରିବାର ର ଅଭାବ ଦୁର ହୋଇପାରନ୍ତ ।
ସରକାର ଓ ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଆଦିବାସୀ ମହିଳାମାନେ ଦାବୀ କରିଛନ୍ତି ।

Leave a comment

Your email address will not be published. Required fields are marked *