#Breaking News

ଦର୍ଶକଙ୍କ ପ୍ରଥମ ପସନ୍ଦ “ସର୍ବଜୀତା ଅନୁ”

ଭୁବନେଶ୍ୱର(ଉଲାପ୍ର):ଓଡିଆ ଦର୍ଶକଙ୍କ ମନ କିଣୁଛି ‘ସର୍ବଜୀତା ଅନୁ’ । ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ଏହି ନୂଆ ମେଗା ଧାରାବାହିକ ମାତ୍ର ୧୫ ଏପିସୋଡରେ ସର୍ବାଧିକ ଜନାଦୃତି ହାସଲ କରିଛି । ମାର୍ଚ୍ଚ ୧୪ ତାରିଖରୁ ‘ସର୍ବଜୀତା ଅନୁ’ର ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ମାତ୍ର କମ୍ ଦିନ ମଧ୍ୟରେ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଏହି ମେଗା ଧାରାବାହିକ ।


ସୋମବାର ରୁ ଶନିବାର ରାତି ୮ଟାରେ ଜୀ ସାର୍ଥକରେ ମେଗା ଧାରାବାହିକ ‘ସର୍ବଜୀତା ଅନୁ’ ପ୍ରସାରିତ ହେଉଛି । ମାତ୍ର କମ୍ ଦିନରେ ଦର୍ଶକଙ୍କ ଆଦୃତି ଲାଭ କରିଥିବା ‘ସର୍ବଜୀତା ଅନୁ’ କୁ ଦର୍ଶକ ଆଗକୁ ଆହୁରି ଭଲପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

Leave a comment

Your email address will not be published. Required fields are marked *