#Breaking News

ଗୁମା ଗ୍ରାମ କୁ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ରେ ସ୍ଥାୟୀ ରାସ୍ତା ନିର୍ମାଣ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧ ମାଳ ଜିଲା ଦୁର୍ଗମ ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ମାଓ ଅଧ୍ୟୁଷିତ ଗୁମା ପଂଚାୟତ କୁ ଏଵେ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ ହୋଇଛି l
ଫଳରେ ଦୀର୍ଘ ବର୍ଷ ହେଲାଗ୍ରାମ କୁ ସ୍ଥାୟୀ ରାସ୍ତା ପାଇଁ ଦାବୀ କରିଆସୁଥିବା ଗ୍ରାମବାସୀ ଏଵେ ବେଶ ଖୁସି ଅନୁଭବ କରିଛନ୍ତି l
ବାଲି ଗୁଡା ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ କୋଟିଏ ରୁ ଉର୍ଦ୍ଧ ଟଙ୍କା ବ୍ୟୟ କରାଯାଇ ପାଖାପାଖି ୩ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି l
ପୂର୍ବରୁ ରାସ୍ତା ସାରା ମେଟାଲ ବାହାରି ଖାଲଖମା ରେ ଭର୍ତ୍ତି ହୋଇଥିଲା, ଗାଡି ମିଟରରେ ଯିବା ଆସିବା କରିବା ସହଜ ହେଉନଥିଲା l
ଏଵେ ଆରାମ ରେ କାର, ବାଇକ, ଅଟୋ, ଆମ୍ବୁଲାନସଆଦି ସୁବିଧାରେ ଆଉ ଶୀଘ୍ର ଗାଁକୁ ଆସିପାରିବ l
ଏହି ରାସ୍ତା ପାଇଁ ପୂର୍ବତନ ବିଧାୟକ କରେଁଦ୍ର ମାଝି ଙ୍କ ପ୍ର ମୁଖ ଭୁମିକା ଥିଲl
ତେବେ ପୂର୍ବତନ ବିଧାୟକ ମାଝୀ ଏହାରଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି. ପୂ ର୍ବତନ
କେନ୍ଦ୍ର ଆରଡ଼ି ମନ୍ତ୍ରୀ ରାମକ୍ରିପଲ ଯାଦବ ଙ୍କୁ ଦେଇଥିବା କହିଛନ୍ତି l
ପୂର୍ବତନ ଆରଡ଼ି ନିର୍ବାହୀଯନ୍ତ୍ରୀ ବାଲିଗୁଡା ଇଂ, ସୁବ୍ରମଣ୍ୟମଙ୍କ ସମୟରେ ଆରମ୍ଭ ହେବାସହ କାମକୁ ଦ୍ରୁତ ଗତିରେ ଆଗେଇନେଇଥିଲେ ଓ ପରିବର୍ତମାନ ର ନିର୍ବାହୀ ଯନ୍ତ୍ରୀଙ୍କ ସୁପରିଚାଳନା ଓ ନିଷ୍ଠାପର ଉଦ୍ୟମ ଫଳରେ ରାସ୍ତା କାର୍ଯ୍ୟ ସାରିଥିଲା l

Leave a comment

Your email address will not be published. Required fields are marked *