ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ

Udaya_Labanya | April 15, 2022 | 62 views |0 | Breaking News

ଭୁବନେଶ୍ୱର (ଉଲାପ୍ର) : ଅପ୍ରେଲ ୧୫ ଠାରୁ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଷ୍ଟ୍ରିମିଙ୍ଗ ହେଉଛି ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ”। ପମ୍‌ପମ୍ ସିରିଜର ଏହା ହେଉଛି ପ୍ରଥମ ଏପିସୋଡ । କମେଡି କିଙ୍ଗ ପପୁ ପମ୍ ପମ୍ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ପୂର୍ବରୁ ପପୁଙ୍କ ଅଭିନୀତ “ହ୍ୟାଲୋ ରାବଣ”କୁ କଞ୍ଚାଲଙ୍କା ପ୍ଲାଟଫର୍ମରେ ଜବରଦସ୍ତ ରେସପନ୍ସ ମିଳିଥିଲା । ତେବେ ପମ୍‌ପମ୍ ସିରିଜର ନୂଆ ନୂଆ ଏପିସୋଡ ମାସକୁ ଥରେ ଦର୍ଶକ ଦେଖିବାକୁ ପାଇବେ ବୋଲି ଜଣାପଡିଛି ।

ସମାଜରେ ଘଟୁଥିବା କିଛି ନିଛକ ସତକଥାକୁ ନେଇ “ଟାଉଟର ପ୍ରୋ” ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଆବାସ ଚୋରିରୁ ଆରମ୍ଭ ହୋଇଛି କାହାଣୀ । ଅବନୀ ଷଢ଼ଙ୍ଗୀ ନାମକ ଜଣେ ବ୍ୟକ୍ତି ଏନେଇ ଥାନାରେ ଏଫଆଇଆର ଦେଉଛନ୍ତି ଓ ପୁଲିସ ତଦନ୍ତ କରିବାକୁ ଅଭିଯୋଗକାରୀ ଗୁହାରୀ କରିଛନ୍ତି । ଆବାସ ଯୋଜନାରେ ମିଳିଥିବା ଘରଟି ତିଆରି ସରିଥିବା ଅଭିଯୋଗକାରୀ ପ୍ରମାଣିତ କରିବା ପରେ ସମ୍ପୃକ୍ତ ସ୍ଥାନରୁ ଘରଟି ଚୋରୀ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ପୁଲିସ ତଦନ୍ତ ବେଳେ କଣ ସବୁ ପ୍ରମାଣ ପାଉଛି ଓ ଏହି ମାମଲାର ବିଚାର କିଭଳି ହେଉଛି ତାକୁ ନେଇ କାହାଣୀ ଟି ଆଗକୁ ବଢ଼ିଛି ।

ଏହି ୱେବ ସିରିଜ୍ ଅପ୍ରେଲ ୧୫ଠାରୁ ଷ୍ଟ୍ରିମିଂ ଆରମ୍ଭ ହୋଇଥିବା ବେଳେ ଏଥିରେ ପପୁ ପମପମଙ୍କ ସହ ଅରବିନ୍ଦ ଷଢ଼ଙ୍ଗୀ, ଜୀବନ ପଣ୍ଡା ଓ ଟୁକୁନା ଷ୍ଟାଇଲିସ୍ ପ୍ରମୁଖ ନଜର ଆସିଛନ୍ତି । ପପୁ ପମପମ କ୍ରିଏସନ୍ସ ବ୍ୟାନରରେ ନିର୍ମିିତ ଟାଉଟର ପ୍ରୋରେ ରମେଶ ରାଉତ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଂଗୀତା ଶତପଥୀ । କାହାଣୀ ନିଜେ ପପୁ ଲେଖିଥିବା ବେଳେ ଚିତ୍ରନାଟ୍ୟ ମଧ୍ୟ ଦେଖିଛନ୍ତି । ରୁପସାଗର ଏହାର ଡାଇଲଗ୍ ଦେବା ସହ ଭାଗ୍ୟଧର ପାଣି କଞ୍ଚାଲଙ୍କା କ୍ରିଏଟିଭ୍ ହେଡ ଅଛନ୍ତି । ଏହି ୱେବସିରିଜରେ ଦର୍ଶକେ ଭରପୁର କମେଡି ପାଇବେ ବୋଲି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ଆଶା ପ୍ରକଟ କରିଛି।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories