#Breaking News

ଥିଙ୍କର୍ଷ ଫୋରମ ତରଫରୁ ଓଡ଼ିଆ ନବବର୍ଷ ପାଳିତ

ଢେଙ୍କାନାଳ(ଉଲାପ୍ର)ଗନ୍ଦିଆ ଥିଙ୍କର୍ସ ଫୋରମ୍ ତରଫରୁ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ ଥିଙ୍କର୍ସ ଫୋରମ୍ ସଭାପତି ସୁବ୍ରତ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଆଜି ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପୋରୁହଖୋଜ ଗ୍ରାମ ପଞ୍ଚାୟତ ର ସରପଞ୍ଚ ରତିକାନ୍ତ ସାହୁ, ବିଶେଷ ଅତିଥି ଭାବେ ଗନ୍ଦିଆ ବ୍ଳକ୍ ର ବରିଷ୍ଠ ସମାଜସେବୀ, ବିଶ୍ବନାଥ ଜେନା, ମୁଖ୍ୟ ବକ୍ତା ଭାବେ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଲିପି ମହାନ୍ତି, ବିଶେଷ ବକ୍ତା ଭାବେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ ଓଡ଼ିଆ ନବବର୍ଷ ଓ ବିଷୁବ ସଂକ୍ରାନ୍ତି ଉପରେ ଆଲୋଚନା କରିଥିଲେ। କାର୍ଯ୍ୟ କ୍ରମର ଆରମ୍ଭ ରେ ଅନୁଷ୍ଠାନ ର ସମ୍ପାଦକ ରାଘବ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସ୍ବାଗତ ଭାଷଣ ଦେଇଥିଲେ ଓ ଶେଷରେ ଉପସଭାପତି ଅମ୍ବୁଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟ କ୍ରମରେ ନିମନ୍ତ୍ରିତ ଅତିଥି, ଅନନ୍ତ ଚରଣ ଶତପଥୀ, ଡମ୍ବରୁଧର ସେଠୀ ଓ ଅଧ୍ୟାପିକା ରଶ୍ମିତା ଜେନା ଏହି ମହାନ୍ ପର୍ବ ପାଳନ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗନ୍ଦିଆ ବ୍ଳକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଥିଲେ । ଅନୁଷ୍ଠାନ ର ସମସ୍ତ ସଭ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ। ରାତ୍ର ଆଠଟା ସମୟରେ ପଣାପାନ କରାଯାଇଥିଲା।

Leave a comment

Your email address will not be published. Required fields are marked *