#Breaking News

ବାରହା ଆକ୍ରମଣ ରେ ଯୁବକ ଗୁରୁତର


ଫୁଲବାଣୀ (ସୁନୀଲ ପଟନାୟକ )
ଜଙ୍ଗଲି ବାରାହା ଆକ୍ରମଣ ରେ ଜଣେ ଯୁବକ ଗୁରୁତର ଭାବେ ଆହାତ ହୋଇଛନ୍ତି l ଆହାତ ଯୁବକଙ୍କୁ ବାଲିଗୁଡା ଡାକ୍ତର ଖାନା ରେ ଚିକିତ୍ସାପାଇଁ ଭର୍ତିକରାଯାଇଛି l ଏ ଭଳିଅଭାବନୀୟ ଘଟଣା ଘଟିଛି କୋଟଗଡ଼ ବ୍ଳକ ଅନ୍ତର୍ଗତ ରାଢ଼l ଗ୍ରାମରେ lରଢ଼ା ଗ୍ରାମର ବିକ୍ରମ ସୁନାମାଝି ୨ ୮ ବର୍ଷ, ନିଜର ବଳଦ ଖୋଜିବାକୁ ନିକଟସ୍ଥ ଜଙ୍ଗଲ କୁ ଯାଇଥିବାବେଳେ ଏକ ଜଙ୍ଗଲି ବାରାହା ହଟାତ ପଛପଟୁ ବିକ୍ରମଙ୍କୁ ଆକ୍ରମଣ କରିଥିଲା l ବାରହା ଆକ୍ରମଣ ରେ ବିକ୍ରମ ଙ୍କ ଗୋଡ଼, ହାତ, ଜଙ୍ଘ ରେ ଗଭୀର କ୍ଷତ ଲାଗିଛିl ପ ରିବାର ଲୋକେ ଆହାତ ଅବସ୍ଥାରେ ବିକ୍ରମ କୁ ବାଲିଗୁଡା ଡାକ୍ତରଖାନାରେ ଭର୍ତିକରିଛନ୍ତି l
ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିବା କୁହାଯାଉଛି l
ଜଙ୍ଗଲ ବିଭାଗ ପକ୍ଷରୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

Leave a comment

Your email address will not be published. Required fields are marked *