#Breaking News

କ. ନୂଆଗାଁ ବ୍ଳକ ଯିରୀଡିକିଆ ରେ ଟଙ୍କିକିଆ ଚାଉଳ ବଣ୍ଟନ


ଫୁଲବାଣୀ -(ସୁନୀଲ ପଟନାୟକ )
କ ନୂଆଗାଁ ବ୍ଳକ ଯିରୀଡିକିଆ ପଂଚାୟତ ର କଂଗେରିକିଆ ର ବିପି ଏଲ ହିତାଧିକାରୀ ଙ୍କୁ ଟଙ୍କିକିଆ ଚାଉଳ ପ୍ରଦାନ କରାଯାଇଥିଲା l
ସେମାନେ ପୂର୍ବରୁ ବଣ୍ଡଗୁଡା ପ୍ଞ୍ଚାୟତରୁ ଚାଉଳ ନେଉଥିଲେ l
ସୂଚନା ଯୋଗ୍ୟ ଯେ ଯେତେବେଳେ ବଣ୍ଡ ଗୁଡା ପଂଚାୟତ କୁ ଭାଗ କରି ଯିରୀଡ଼ିକିଆ ପଂଚାୟତ ଗଠନ କରାଗଲା ସେତବେଳେ ଏହିଗ୍ରାମବାସୀ ମଙ୍କଡଙ୍ଗିଆ ରେ ପଂଚାୟତ କରିବାକୁ ଦାବୀ କରି ବିରୋଧ କରିଥିଲେ ଓ ଦୁଇ ଦୁଇ ଥର ଭୋଟ ବର୍ଜନ ମଧ୍ୟକରିଥିଲେ l
ପଂଚାୟତ ନିର୍ବାଚନ ବେଳେବିଜେଡି ପକ୍ଷରୁ ପ୍ରତିଶୃତି ଦିଆଯାଇଥିବାରୁ ସେଇ ପ୍ରତିଶୃତି ଆଜି ରକ୍ଷା କରି ଗ୍ରାମବାସୀ ଙ୍କୁ ଚାଉଳ ପ୍ରଦାନ କରାଯାଇଥିଲାବୋଲି କ ନୂଆଗାଁ ବ୍ଳକ ବିଜେଡି ସଭାପତି କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି l
ଆଜି ଆୟୋଜିତ ଚାଉଳ ବଣ୍ଟନ ଅବସରରେ ବ୍ଳକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଉପାଧ୍ୟକ୍ଷା ଧବଳେଶ୍ୱର ପାତ୍ର, ଜିଲା ପରିଷଦ ସଭ୍ୟା ଅନିତା ମଲିକ ଓ ସ୍ଥାନୀୟନେତା ଯୋଗ ଦେଇଥିଲେ l
କ ନୂଆଗାଁ ବ୍ଳକ ଅଂଚଳ ରେ କୌଣସି ଗରିବ ଲୋକ ଚାଉଳ ପାଇବାରୁ ଯେପରି ବଂଚିତ ନହେବ ସେଥିପ୍ରତି ସତର୍କ ଦ୍ରୁଷ୍ଟି ରଖାଯାଇଥିବା ବିଜେଡି ର ବରିଷ୍ଠ ନେତା କୃଷ୍ଣ ପାଣିଗ୍ରାହୀ କହିଛନ୍ତି l

Leave a comment

Your email address will not be published. Required fields are marked *