#Breaking News

ପୋଲିସ ବିଭାଗ ତରଫରୁ ଜନ ସମ୍ପର୍କ ଶିବିର ଆୟୋଜିତ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ବାରଖମା ଫାଣ୍ଡିର ସଲାଗୁଡା ପଞ୍ଚାୟତ ଏକ ମାଓ ଅଧୁଷିତ ଅଞ୍ଚଳ। ପୁଲିସ ଓ ସାଧାରଣ ଜନତା ସହ ସୁସମ୍ପର୍କ ସ୍ଥାପନ ପାଇଁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଛୋଟ ଛୋଟ ସ୍କୁଲ ପଢା ପିଲାଙ୍କ ଠାରୁ ଆରମ୍ଭକରି ବୟସ୍କ ବୃଦ୍ଧା/ବୃଦ୍ଧଙ୍କ ପାଇଁ ଓ ଗାଁର ଯୁବ ଗୋଷ୍ଠିଙ୍କୁ ସ୍କୁଲ ବ୍ୟାଗ ପେନସିଲ , ରବର୍, ମସୁରି, କମଳ,ଭଲିବଲ,ନେଟ୍ ବାଦ୍ୟଯନ୍ତ୍ର ଇତ୍ୟାଦି ବଣ୍ଟନ କରାଯାଇଥିଲା। ଏହି ଶିବିରରେ ବାଲିଗୁଡା ପୁଲିସ୍ ଏସ୍,ଡି,ପି,ଓ ଜି. ଆର. ରେଡି,ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ୍ ଙ୍କ ସହ ଫାଣ୍ଡି ଅଧିକାରୀ ଲଳିତ ସାଗର ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *