#Breaking News

ଦାବି ପୂରଣ ନ ହେବାରୁ ୩ ପଂଚାୟତର ଗ୍ରାମବାସୀ ଗୋଛାପଡା ଥାନା ଘେରିଲେ

ଫୁଲବାଣୀ(ସୁନୀଲ ପଟନାୟକ )
ମିଛ ଗଞ୍ଜେଇ ମାମଲାରେ ମାଡ଼ ମାରିବା ସହ ଜୋର ଜବରଦସ୍ତ ଜେଲ ପଠାଇବା ଓ ସେଥି ମଧ୍ୟରୁ ଜଣଙ୍କର ଜେଲ ମଧ୍ୟରେ ଚିକିତ୍ସିତ ଅବସ୍ଥାରେ ମୃତ୍ଯୁ କୁ ନେଇ ଆଜି ଶୁକ୍ରବାର ମୃତକ ପରିବାର କୁ 20 ଲକ୍ଷ ଟଙ୍କା କ୍ଷତି ପୂରଣ ସହିତ ଥାନା ଅଧିକାରୀ ଙ୍କ ବଦଳି କୁ ନେଇ ଆଜି ପୁନର୍ବାର ଗୋଛପଡା ଥାନା ଆଗରେ ବିକ୍ଷୋଭ ପଦର୍ଶନ କରିଛନ୍ତିତିନିଟି ପଂଚାୟତର ଶତାଧିକ ଗ୍ରାମବାସି l
ମୃତକ ଜଣକ ହେଲେ ପହିରାଜୁ ଗ୍ରାମର କୁମୁଦ କହଁର। ମୃତକଙ୍କ ପରିବତାକୁ କୋଡିଏ ଲକ୍ଷ କ୍ଷତି ପୂରଣ ସହିତ ଥାନା ଅଧିକାରୀ ଙ୍କ ବଦଳି ଦାବି କଲେ ଗ୍ରାମବାସୀ।
ଗୋଛପଡା ପୋଲିସ ପହିରାଜୁ ପଂଚାୟତ ର କିଛି ଗ୍ରାମରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଯେଉଁ ଲୋକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ତା ଘରୁ ଗଞ୍ଜେଇ ଜବତ ହୋଇନାହି। ପୋଲିସ ସବୁ ସମୟରେ ଗଞ୍ଜେଇ ଧରୁଛି ଅନ୍ୟ ସ୍ଥାନରୁ କାହାକୁ ନ ପାଇ ନିରୀହ ଆଦିବାସୀ ଲୋକଙ୍କୁ ହଇରାଣ ହରକତ କରିବା ସହ ମିଛ ଗଞ୍ଜେଇ ମାମଲାରେ ମାଡ଼ ମାରିବା ସହ ଜୋର ଜବରଦସ୍ତ ଜେଲ ପଠାଉଛି। ଯାହାକୁ ନେଇ ଅଂଚଳରେ ଜଣ ଅସନ୍ତୋଷ ଦେଖାଦେଇଛି ଓ ଆଜି ପୂଣି ଥାନା ଘେରାଉ କଲେ ଉତ୍ୟକ୍ତ ଲୋକେ l
ପୋଲିସ ଏସ ଡି ପିଓ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳ ରେ ପହଂଚି ବୁଝାସୁଝା କରୁଛି ।

Leave a comment

Your email address will not be published. Required fields are marked *