#Breaking News

ଯୈାତୁକ ଜନିତ ହତ୍ୟା ଅଭିଯୋଗ


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ନବ ବିବାହିତା ମହିଳା ଙ୍କୁ ଅଧିକ ଯୈାତୁକ ଦାବିରେ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଝିଅ ର ବାପା ବରଗଡ଼ ଟାଉନ ଥାନା ରେ ଗତକାଲି ଅଭିଯୋଗ କରିଛନ୍ତି। ବରଗଡ଼ ଟାଉନ ଓ୍ବାର୍ଡ ନମ୍ବର ୪ ତଲିପଡା ଖର୍ରାପଡାର ଅନ୍ତର୍ଯ୍ୟାମୀ ସାହୁଙ୍କ ଝିଅ ନନ୍ଦିନୀ ସାହୁଙ୍କ ଗତବର୍ଷ ଏପ୍ରିଲ ୩୧ ତାରିଖ ଦିନ ଭଟଲି ବ୍ଲକ ଅନ୍ତର୍ଗତ ଜାମପାଲି ଗ୍ରାମ ର ପାଉଲ ପାତ୍ର ଙ୍କ ପୁଅ ମନୋରଞ୍ଜନ ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଝିଅକୁ ସମସ୍ତ ପ୍ରକାର ଆସବାବପତ୍ର ସହ ଜିନିଷ ପତ୍ର ଦିଆଯାଇଥିଲା। ତେବେ ସେଠାରେ ନନ୍ଦିନୀ କୁ ବାପାଙ୍କ ଘରକୁ ଆଉ ଅଧିକ ଯୈାତୁକ ଆଣିବାକୁ ସ୍ବାମୀ ଓ ଘର ଲୋକେ ଅତ୍ୟାଚାର କରୁଥିଲେ ବୋଲି ଅନ୍ତର୍ଯ୍ୟାମୀ ଅଭିଯୋଗ କରିଛନ୍ତି। ଗତକାଲି ଅପରାହ୍ନରେ ତା’ର ଶ୍ବଶୁର ଘର ଲୋକେ ତୁମ ଝିଅ ସିରିୟସ ଥିବା ଖବର ଦେଇଥିଲେ। ବରଗଡ଼ ମୁଖ୍ୟ ଡାକ୍ତରଖାନାରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୋର ଝିଅକୁ ଶ୍ବଶୁର ଘର ଲୋକମାନେ ହତ୍ୟା କରିଛନ୍ତି ବୋଲି ଅନ୍ତର୍ଯ୍ୟାମୀ ଥାନା ରେ ଅଭିଯୋଗ କରିଛନ୍ତି। ପୋଲିସ ଏକ କେଶ ଋଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

Leave a comment

Your email address will not be published. Required fields are marked *