
ଆଠଗଡ ରେ ନିଆରା ଶ୍ରମିକ ଦିବସ ପାଳିଲା ସାମ୍ବାଦିକ ସଙ୍ଘ,୩ଜଣ ଶ୍ରମିକଙ୍କୁ ସଙ୍ଘ କଲା ସମ୍ବର୍ଦ୍ଧିତ
Udaya_Labanya | May 2, 2022 | 113 views |0 | Breaking News
ଆଠଗଡ(ଉଲାପ୍ର)ଆଠଗଡ ରେ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଛି ଶ୍ରମିକ ଦିବସ,ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ଯଜ୍ଞ ନାରାୟଣ ମନ୍ଦିର ଠାରେ ସଙ୍ଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ,ସମାଲୋଚକ ଡ଼ଃ ନାରାୟଣ ପଣ୍ଡା ଯୋଗଦେଇ ଶ୍ରମିକ ଦିବସ ଅବସରରେ ସାମ୍ବାଦିକ ମାନେ ଶ୍ରମିକ ଦିବସ ପାଳନ କରି ୩ଜଣ ଶ୍ରମିକଙ୍କୁ ସମ୍ବର୍ଦ୍ଧିତ କରିବା ଘଟଣା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।ଏହି ସଭାରେ ଆଠଗଡ ସବ ଡିଭିଜନ ଶିକ୍ଷକ ନେତା ସୁରେଶ ଚନ୍ଦ୍ର ପରିଡା,ରାଜ୍ୟ କର୍ମଚାରୀ ସଙ୍ଘର ପୂର୍ବତନ ସଭାପତି ଅଶୋକ ଦାଶ, ଗଣମାଧ୍ୟମ ପ୍ରତିନିଧି ସ୍ଵଧିରଞ୍ଜନ ଦାଶ, ଯଶୋବନ୍ତ ବାରିକ,ଟକ ଜିଲ୍ଲା ବିଜେପି କୃଷକ ମୋର୍ଚା ସଭାପତି ଶଙ୍କର୍ଷଣ ମହାନ୍ତି,ଆଇନଜୀବୀ ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ ସେଠି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶ୍ରମିକ ଦିବସର ତାପ୍ତର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ, ଏହି ସଭାକୁ ପରିଚାଳନା କରିଥିଲେ କଟକ ଜିଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି,ସମ୍ବର୍ଦ୍ଧିତ ହୋଇଥିବା ୩ ଜଣ ଶ୍ରମିକ ହେଲେ ଅରୁଣ ପ୍ରଧାନ,ଗଗନ ବେହେରା,ରବୀନ୍ଦ୍ର ପଳୋଉ,ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଜୟ ନାୟକ,ସନ୍ତୋଷ ବାରିକ।ଶେଷରେ ଧ
ନ୍ୟବାଦ ଅର୍ପଣ କରିଥିଲେ ସଙ୍ଘର ଉପସଭାପତି ସର୍ବେଶ୍ୱର ପଣ୍ଡା।