#Breaking News

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ମଇ ଦିବସ


ଫୁଲବାଣୀ(ସୁନୀଲପଟନାୟକ)
ରବିବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ତୃତି ଭବନଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ମଇ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା
ଏହି ଅବସରରେ ମୁଖ୍ୟଅତିଥି ଭାବେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହର, ରାଜ୍ୟ ସଂଘ ସାଧାରଣ ସଂପାଦକ ବେଣୁଧର ପଣ୍ଡା, ନଗରପାଳ ସ୍ମିତାରାଣି ମହାନ୍ତି,ବରୀଷ୍ଠ ସାମ୍ବାଦିକ ତଥା ଆଇଏଫଡବ୍ଲ୍ ଜେର କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ତ୍ରୀପାଠୀ , ପ୍ରମୁଖ ଯୋଗଦେଇ
ସାମ୍ବାଦିକମାନଙ୍କ ବୃତ୍ତି ଗତ ସୁରକ୍ଷା ଉଚିତ ପାରିଶ୍ରମିକ ଯୋଗାଇଦେଲେ ସମ୍ବାଦ ପ୍ରକାଶ କରିବାରେ ଅଧିକ ସ୍ୱଛତା ଓ ନିରପେକ୍ଷତା ରହିବ ଓ ଏହା ଏକ ଶକ୍ତିଶାଳୀରୀଷ୍ଟ୍ର ଗଠନରେ ସହାୟତା ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ସେହିପରି ଏହି ଅବସରରେ ମୁଖ୍ୟବକ୍ତା ଭାବେ ବରୀଷ୍ଠ ପ୍ରଶାସକ ତଥା ଉପ ଜିଲାପାଳ ଶେଷଦେବ ମିଶ୍ର ଯୋଗ ଦେଇ ସାମ୍ବାଦିକମାନେ ସର୍ବଦା ସଠିକ ତଥ୍ୟ ପ୍ରକାଶ କରିବା ଓ ନିରପେକ୍ଷତା ଉପରେ ଧ୍ୟାନ ଦେବା ଜରୁରୀ ବୋଲି କହିଥିଲେ ।


କନ୍ଧମାଳ ଜିଲ୍ଲା ସଂଘ ସଭାପତି ଡଃ.ଅରୁପ ଜେନା ଏ ଥିରେ ସଭାପତିତ୍ଵ କରିଥିବାବେଳେ
ବରୀଷ୍ଠ ସାମ୍ବାଦିକ ତଥା ରାଜ୍ୟସ୍ତରୀୟ ଉତ୍ସବ କମିଟିର ଅଧ୍ୟକ୍ଷ ସୁନୀଲ ପଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସଂଘ ସାଧାରଣ ସଂପାଦକ ଜୟସେନ ପରୀଡ଼ା ସଂଘର ବାର୍ଷୀକ ବିବରଣୀ ପାଠ କରିଥିଲେ । ଅଶୋକ ପରୀଡା ଅତିଥି ପରିଚୟ ସାଙ୍ଗକୁ ମଞ୍ଚ ପରିଚାଳନା କରିଥିଲେ ।
ଏହି ଅବସରରେ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ପରେପରେ ଜିଲ୍ଲାର ବରୀଷ୍ଠ ସାମ୍ବାଦିକ ଏମଡି .ନାଜିର ଅ।ଖତାର, ମହାଦେବ ସାହୁ, ବିଜୟ ମହାନ୍ତି. ଡ8ଅରୁପ ଜେନା, ରବୀ ଦାସ, ଶିଶିର ପଟ୍ଟନାୟକ ବିଦ୍ୟାଧର ପାଳ, ନାରାୟଣ ସାହୁ, ପ୍ରମୁଖଙ୍କ୍ର ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସମାଜସେବା କ୍ଷେତ୍ରରେ ସ୍ଵାତୀ, ଶାନ୍ତି ମୈତ୍ରୀ , ବନବାସୀ ସେବା ସମିତି, ସାହାରା ପ୍ରମୁଖ ସଂଗଠନର ମୁଖ୍ୟ.୪ଟି ଓଡ଼ିଆସିନେମା ନିର୍ମାଣ କରୁଥିବା ପ୍ରଜ ଯୋକ ଓ ସିନେଅଭିନେତା ପ୍ରଶାନ୍ତ
ନାଏକ, କଣ୍ଠ ଶିଳ୍ପିଓ କଳାକାର ଜଳନ୍ଧର ବେହେରା (ଜେଡି) ସମାଜ ସେବା ମହମ୍ମଦ ଜିଆଉଦ୍ଦିନ ପ୍ରମୁଖ ୨୧ମୋଟଜଣ ପ୍ରତିଦ୍ଭାବାନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
। ଶେଷରେ ବରୀଷ୍ଠ ସାମ୍ବାଦିକ ଶିଶିର ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ନଟରାଜ କଳା ମନ୍ଦୀର ର କଳାକାରମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ ।
ଦ୍ୱିତୀୟ ପ୍ରର୍ଯ୍ୟ।ୟରେ ଉତ୍କଳ ସାମ୍ୱାଦିକ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସାଧାରଣ ସଂପାଦକ ବେଣୁଧର ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତସଭାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଯୋଗଦେଇଥିବା କାର୍ଯ୍ୟକାରି ସଦସ୍ୟମାନେ ସଂଘକୁ ସୁଦୃଢ ହେଲେ ଦାବୀ ହାସଲ କରିବା
ସହଜ ହେବ ଏଣୁ ଆପୋଷ ଆଲୋଚନା କରି ସମସ୍ତେ ଏକ ହେବା ଲାଗି ମତବ୍ୟକ୍ତ କରିଥିଲେ ।
ଏହି ରାଜ୍ୟ ସ୍ତରୀୟ ସମ୍ମିଳନୀରେ
କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ଖୋର୍ଦ୍ଧା, ପୁରୀ, ଯାଜପୁର, କୋରାପୁଟ, ମୟୂରଭଞ୍ଜ, ବୌଦ୍ଧ, ନୟାଗଡ଼, ରାୟଗଡ଼ା, ଗଜପତି, କେନ୍ଦୁଝର ଆଦି ବିଭିନ୍ନ ସ୍ଥାନରୁ ଶତାଧିକ ସାମ୍ବାଦିକ,ବୁର୍ଦ୍ଧିଜିବି .ସମାଜ ସେବୀ ପ୍ରମୁଖ ଯୋଗଦେଇଥିଲେ, ‘l

.

Leave a comment

Your email address will not be published. Required fields are marked *