#Breaking News

ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ ରିଲିଜ୍‌

ଭୁବନେଶ୍ବର(ଉଲାପ୍ର) : ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ ରିଲିଜ୍ ହୋଇ ଯାଇଛି । ଫିଲ୍ମରେ ତିନିଟି ଗୀତ ରହିଥିବା ବେଳେ ଏଥିରେ ଡ. ନିର୍ମଳ ନାୟକ ଓ ଅଭିଜିତ ମଜୁମଦାରଙ୍କ ମ୍ୟୁଜିକାଲ ଯୋଡି ପୁଣିଥରେ ଦେଖିବାକୁ ମିଳିବ । ଯେଉଁଥିରୁ ‘ଭାଉଜ ଗୋ ଭାଉଜ’ ଗୀତଟି ମାର୍କେଟରେ ଚହଳ ସୃଷ୍ଟି କରିବ ବୋଲି ଜୀସାର୍ଥକ ଆଶା ପ୍ରକଟ କରିଛି । ଏହି ଗୀତକୁ ନିଜେ ପପୁ ପମପମ ଗାଇଥିବା ବେଳେ ତାଙ୍କ ସହ ଗାଇଛନ୍ତି ସ୍ମୃତି । ସେହପରି ‘ ଏକ୍ ଦୋ ତିନି ଚାର୍‌, ଚାରିଆଡେ ଦିଶୁଛି ମୋ ପ୍ୟାର’ ଗୀତକୁ ଗାଇଛନ୍ତି ଅଭିଜିତ ମଜୁମଦାର ଓ ସଂଜୁ । ‘ଛାଡରେ ସାଙ୍ଗ ଗନ୍ଧିଆ କଥା’ ଗୀତକୁ ଇଶ୍ୱରୀ ଗାଇଛନ୍ତି । ସମସ୍ତ ଗୀତକୁ ଡ. ନିର୍ମଳ ନାୟକ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର । ସବୁତକ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ ।

ଆସନ୍ତା ୧୫ ତାରିଖ ସଂଧ୍ୟା ୬ଟା ୩୦ରେ ଏହି ମୁଭିଟି ଜୀ ସାର୍ଥକରେ ରିଲିଜ ହେବ । କିନ୍ତୁ ତା ପୂର୍ବରୁ ଅଡିଓ ରିଲିଜ କରିବାର ପରମ୍ପରା ଆରମ୍ଭ କରିଛି ଜୀ ସାର୍ଥକ । ‘ଦିଦି ନମସ୍କାର’ରୁ ଏହି ପରମ୍ପରା ଆରମ୍ଭ ହୋଇଥିବା ବେଳେ ସିନେମା ରିଲିଜ୍ ପୂର୍ବରୁ ଅଡିଓ ରିଲିଜ କରି ଜୀ-ସାର୍ଥକ ଓଲିଉଡରେ ନୂଆ ମାଇଲଷ୍ଟୋନ ତିଆରି କରିପାରିଛି । ଜୀ ସାର୍ଥକ ଫିଲ୍ମସ ଓ ଲିପ୍ସା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେଉଛି ନୂଆ ସିନେମା ‘ ଡିଟେକ୍ଟିଭ୍ କରନ୍ – ଅର୍ଜୁନ’ । ଏହି ଚଳଚ୍ଚିତ୍ରରେ ନୂଆ ଅବତାରରେ କମେଡି କିଙ୍ଗ ପପୁ ପମପମଙ୍କୁ ଦେଖିବାକୁ ମିଳିବ । ତାଙ୍କ ସହ ପ୍ରଜ୍ଞା ଖଟୁଆଙ୍କ ଦମଦାର ଅଭିନୟର ମଜା ପାଇବେ ଦର୍ଶକ । ଉଭୟ ପପୁ ଓ ପ୍ରଜ୍ଞା ‘କରନ୍‌- ଅର୍ଜୁନ୍‌’ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ନାୟିକା ସାଜିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ମହାନ୍ତି,ପ୍ରିୟଙ୍କା ମହାପାତ୍ର ଓ ଲିପ୍ସା ମିଶ୍ର । ଅନ୍ୟମାନଙ୍କ ମଧ୍ୟରେ ଟୁକୁନା ଷ୍ଟାଇଲିସ୍‌, ପ୍ରଜ୍ଞା ମହାନ୍ତି, ଜୀବନ ପଣ୍ଡା, କୁନା ତ୍ରିପାଠୀ, ହାଡୁ, ଅରବିନ୍ଦ ଷଢ଼ଙ୍ଗୀ, ରାଜୀବ, କାଳୀ, ମନୋଜ, ସୁଶା ଦିଗବିଜୟ, ସୁମିତ ଓ ସଂଗ୍ରାମ ପ୍ରମୁଖ ଅଭିନୟ କରିଛନ୍ତି । ପପୁ ପମପମ ନିଜେ ସିନେମାର କାହାଣୀ ଲେଖିଥିବା ବେଳେ ଅଶ୍ୱିନୀ ଗଡନାୟକ ନିର୍ଦ୍ଦେଶନା ଦେଇଛନ୍ତି । ଏହାର ସଂଳାପ ଲେଖିଛନ୍ତି ଟୁକୁନା ଷ୍ଟାଇଲିସ୍ । ଚଳଚ୍ଚିତ୍ର ର କାହାଣୀ ସହ ସଙ୍ଗୀତ ମଧ୍ୟ ଲୋକାଦୃତ ହୋଇ ପାରିବ ବୋଲି ଜୀସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

Leave a comment

Your email address will not be published. Required fields are marked *