#Breaking News

ପୋଲିସ ଓ ପ୍ରେସ ମଧ୍ୟ୍ ରେ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ, ପ୍ରେସ କ୍ଲୁବ ଦଶ ରନ ରେ ବିଜୟୀ


ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ଫୁଲବାଣୀ ସ୍ଥିତ ରିଜର୍ଭ ପଡିଆ ଠାରେ ଜିଲା ପ୍ରେସ କ୍ଲବ ଓ ପୋଲିସ ଅଫିସିଆଲସ ମଧ୍ୟରେ ପନ୍ଦର ଓଭର ଲେଖାଏଁ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମେଚ ଅନୁଷ୍ଠିତହୋଇଥିଲା l
ଏହି ସଂଘର୍ଷ ପୁର୍ଣ ମ୍ୟାଚ ରେ ପ୍ରେସକ୍ଲବ ଟିମ ଦଶ ରନ ରେ ପୋଲିସ ଟିମ କୁ ହରାଇ ଶେଷରେ ବିଜୟୀ ହୋଇଥିଲା l
ଟସ ଜିତି ପ୍ରେସ କ୍ଲବ ଟିମ ପ୍ରଥମେ ବ୍ୟାଟିଂ କରି ୯ ଉଇ କେଟ ହରାଇ 164ରନ ସଂଗ୍ରହ କରିଥିବା ବେଳେ ପୋଲିସ ଟିମ ୮ ଉଇକେଟ ହରାଇ 154ରନ ସଂଗ୍ରହ କରିଥିଲେ l
କ୍ୟାପଟେନ ଶିବ ନାୟକ ୧ ୯ ବଲ ରେ ଚାରିଟି ଚୌକା ମାଧ୍ୟମ ରେ ୨୭ ରନ ସଂଗ୍ରହ କରିଥିବା ବେଳେ ରାମ ୨୫ ବଲ ରେ ଦଶଟି ଚୌକା ଓ ୬ ଟି ଛକା ମାରି ୮୮ ରନ ସଂଗ୍ରହ କରିଥିବା ବେଳେ,କାହ୍ନ l ୮ ଟି ବଲ ରେ ଦୁଇଟି ଚୌକା ମାରି ୯, ବିଭୁତି ୭, ଲୋକନାଥ ୧, ଚର୍ଚି ୨, ରଞ୍ଜନ ୭, ସନ୍ତୋଷ ଚାରି,ବିକାଶ ୫ ରନ କରିଥିଲେ l
ପ୍ରେସ କ୍ଲବ ପକ୍ଷରୁ ରାମ ସର୍ବାଧିକ ରନ ସଂଗ୍ରହ କରି ମେନ ଅଫ ଦି ମ୍ୟାଚ ଘୋଷିତ ହୋଇ ଥିଲେ l
ସେହିପରି ବାଳକୃଷ୍ଣ ଚର୍ଚି ୩ଟି, ରଞ୍ଜନ ୧, , ବିଭୁତି ୨ ରାମ ଓ ରଞ୍ଜନ, ପ୍ରମୁଖ ଗୋଟିଏ ଲେଖାଏଁ
ଉଇକେଟ ନେଇଥିଲେ l
ସେହିପରି ପୋଲିସ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଙ୍କ କ୍ୟାପଟେନ ସିପ ରେ ଅନୁଷ୍ଠିତ ମ୍ୟାଚ ରେ
ପୋଲିସ ଟିମ ପନ୍ଦର ଓଭର ରେ 154 ରନ ସଂଗ୍ରହ କରିଥିଲେ lସେଥିରୁ ତପନ ୭ଟା ଛକା ଓ ଦୁଇଟି ଚୌକା ସାହାଯ୍ୟ ରେ ୧୬ ବଲ ରେ ସର୍ବାଧିକ ୫୫ ରନ ସଂଗ୍ରହ କରିଥିଲେ lଆର ଆଇ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଛକା ଓ ୫ ଟି ଚୌକା ମାରି ୨୮ ବଲ ରେ
ଏକଚାଳିଶ ରନ ସଂଗ୍ରହ କରି ଥିଲେ lଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁଓ ଜୀବନ କୌଣସି ରନ ନ କରି ଆଉଟ ହୋଇଯାଇଥିଲେ l
ତେବେ ପୋଲିସ ଟିମ ର ଜିତୁ ୨୫, ଅନନ୍ତ ୫, ଅବନୀ ୨, ଅଭିଜିତ ୧ ୩ ରନ ସଂଗ୍ରହ କରିଥିଲେ l

ଏହି ମ୍ୟାଚ ରେ ପ୍ରେସ କ୍ଲବ ପକ୍ଷରୁ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ସଦସ୍ୟ ଜୟାସେନ ପରିଡା, ବ୍ରଜ ନାୟକ, ଶିବ ରାମ ନାୟକ, ରଂଜିତ ଦିଗଲ , ରମେଶ ପ୍ରଧାନ, ଆଦିତ୍ୟ ତ୍ରିପାଠି, ଅଜିତ ମହାରଣା, ସୂର୍ଯ୍ୟ ବେହେରା,ସଦାଶିବ ପାତ୍ର, ଅଶୋକ ମହାନ୍ତି, କାହ୍ନ l ପଟନାୟକ, ବିଶ୍ୱ ରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହ ଖେଳାଳି ମାନକୁ ଉତ୍ସାହିତ କରିଥିଲେ l
ସେହିପରି ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *