#Breaking News

ଶନି, ରାହୁ, କେତୁ ଙ୍କ ଜନ୍ମ ଉତ୍ସବ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସହର ମାଣ୍ଡବା ସାହି ସ୍ଥିତ ଟାଉନ ପ୍ଲାନିଂ ନିକଟସ୍ଥ ଶ୍ରୀ ଶ୍ରୀ ଶନି ଦେବଙ୍କ ୧୨ ତମ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି।

ମେ ୬ ତାରିଖରେ କଳସ ଯାତ୍ରା, ୭ ରେ ମଣ୍ଡଳ ପୂଜା, ନବଗ୍ରହ ପୂଜା, ସୂର୍ଯ୍ୟ ପୂଜା ଓ ଗୋ ପୂଜା କରାଯାଇଥିଲା। ଭୋଗ ରାଗ ଲାଗି କରାଯାଇଥିଲା ଓ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା।

ଆଜି ପୂର୍ଣ୍ଣାହୁତି ଉତ୍ସବ ଉପଲକ୍ଷେ ଶନି, ରାହୁ, କେତୁ ଙ୍କ ନାଁ ରେ ଆହୁତି ଦିଆଯିବ। ସନ୍ଧ୍ୟାରେ ଆଳତୀ କରାଯିବ।

ପୂଜକ ଯଜ୍ଞେସ୍ୱର ଶ୍ରୀନିବାସ ଆଚାର୍ଯ୍ୟ, ଦିବାକର ମିଶ୍ର, ଦେବୀ ପ୍ରସାଦ ମିଶ୍ର, ନଗେନ ଭାଇନା, କର୍ତ୍ତା ଶେଷଦେବ ସାହୁ, କର୍ତ୍ତି ସୁଦୀପ୍ତି ସାହୁ ଓ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତିରେ ପାଳନ କରାଯାଉଛି ଏହି ଉତ୍ସବ।

Leave a comment

Your email address will not be published. Required fields are marked *