#Breaking News

ଗୁଣି ଗାରେଡି ସନ୍ଦେହରେ ଦମ୍ପତି ଙ୍କୁ ବିଷ୍ଟl ଖୁଆଇବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଫୁଲବାଣୀ (ସୁନୀଲ ପଟନାୟକ ) କନ୍ଧମାଳ ଜିଲା ସାରଙ୍ଗଗଡ ଥାନା ଅଂଚଳରେ ଗୁଣି ଗାରେଡିକୁ ସନ୍ଦେହ କରି ଏକ ଦମ୍ପତିଙ୍କୁ ଲୋକେ ବିଷ୍ଠା ଖୁଆଇଛନ୍ତି । ଖାଲି ସେତିକି ନୁହେଁ, ଲୋକେସଂଘ ବଧ ଭାବେ ବୃଦ୍ଧଙ୍କୁ ମାଡ ମାରି ଗୋଡ଼ ଭାଙ୍ଗି ଦେଇ ଛନ୍ତି । ଲୁହା ଛଡରେ ମାଡ ମାରିବାରୁ ତାଙ୍କ ଡାହାଣ ଗୋଡର ହାଡ ଭାଙ୍ଗି ଚୁରମାର ହୋଇଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲାବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପୋଲିସ ଏହି ଘଟଣାରେ ଦମ୍ପତିଙ୍କ ପୁଅଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ହେଲେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବାରୁ ପୋଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ । ଆକ୍ରମଣ ରେ ଗୁରୁତର ଆହାତ ହୋଇଥିବା ବୃଦ୍ଧ ଜଣକ ହେଲେ ମେରାସନ ଦିଗାଲ । ମିଳିଥିବା ସୁଚନା ଅନୁସାରେ ମେରାସନ ଦିଗାଲ ଙ୍କ ଘର ସାରଙ୍ଗଗଡ ବଜାର କଲୋନୀ ସାହିରେ । ସେ କିଛି କାମ ପାଇଁ ସ୍ଥାନୀୟ ବଜାରକୁ ଯାଇଥିଲେ । ଘରକୁ ଫେରିବା ବେଳେ ଲାଇନ ଚାଲି ଯିବାରୁ, ଘର ପାଖ ଅନ୍ୟ ଜଣଙ୍କ ଘର ବାରଣ୍ଡାକୁ ଚାଲି ଯାଇଥିଲେ । ଏହା ଦେଖି ସମ୍ପୃକ୍ତ ଘରର ଲୋକେ କାହିଁକି ଏଠାକୁ ଆସିଛୁ, କାହାକୁ ଗୁଣି କରିବୁ କହି ହଠାତ ଆକ୍ରମଣ ଆରମ୍ଭ କରିଥିଲେ । ଏଥିରେ ସାହିର ଅନ୍ୟମାନେ ମଧ୍ୟ ସହଯୋଗ କରିଥିଲେ । ସେମାନେ ମେରାସନଙ୍କୁ ଲୁହା ଛଡରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ । ଏହା ଦେଖି ମେରାସନଙ୍କ ନାତୁଣୀ ଘରକୁ ଆସି ଖବର ଦେଇଥିଲେ । ମେରାସନଙ୍କ ସ୍ତ୍ରୀ ପେଟି ଦିଗାଲ୍ ଘଟଣାସ୍ଥଳକୁ ଯିବାରୁ ଲୋକେ ସେମାନଙ୍କୁ ଅଟକାଇ ଏକ ପାତ୍ରରେ ପାଣି ଆଣି ସେଥିରେ ବିଷ୍ଠା ମିଶାଇ ଉଭୟଙ୍କୁ ଜବରଦସ୍ତ ଦୁଇ ତିନିଥର ପିଆଇଥିବା ଅଭିଯୋଗ କରିଛନ୍ତି ମେରାସନଓ ତାଙ୍କ ସ୍ତ୍ରୀ ପେଟି ଅଭିଯୋଗ କରିଛନ୍ତି l
ବିଷ୍ଠା ପିଇବା ଏବଂ ମେରାସନଙ୍କ ଗୋଡ ଭାଙ୍ଗିବା ଯନ୍ତ୍ରଣା ଦେଖି କେହି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚି ଦମ୍ପତି ମେରାସନ ଏବଂ ପେଟିଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିତ୍ସାଳୟରେ ଆଣି ଭର୍ତି କରିଥିଲା । ବର୍ତମାନ ସୁଦ୍ଧା ମେରାସନ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କ ଡାହାଣ ଗୋଡ ହାଡ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ମେରାସନ ଏବଂ ତାଙ୍କ ସ୍ତ୍ରୀ ପେଟି ଏବେ ବି ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ନେଇ ସାରଙ୍ଗଗଡଥାନା ରେ ଲିଖିତ ଅଭିଯୋଗ ପରେ ୪୦/୨୨ରେ ମାମଲା ରୁଜୁ କରାଯାଇତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତିl ଘଟଣାରେ ସତ୍ୟାସତ୍ୟ ରହିଛି । ଖୁବ୍‌ଶୀଘ୍ର ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହି ଛନ୍ତି ।

Leave a comment

Your email address will not be published. Required fields are marked *