#Breaking News

ସହର ର ସଫେଇ କାର୍ଯ୍ୟ ତଦାରଖ କରୁଛନ୍ତି ପୌରାଧ୍ୟକ୍ଷା


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସହର କୁ ସୁନ୍ଦର ଓ ପରିସ୍କାର ପରିଚ୍ଛନ ରଖିବା ଲକ୍ଷ୍ୟରେ ନବନିର୍ବାଚିତ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ପ୍ରତିଦିନ ସକାଳେ ବିଭିନ୍ନ ସାହି ବସ୍ତି କୁ ଯାଇ ସଫେଇ କାର୍ଯ୍ୟ ତଦାରଖ କରିବା ସହ ଲୋକଙ୍କୁ ଅଳିଆ ଆବର୍ଜନା ନ ପକାଇବା ଲାଗି ପରାମର୍ଶ ଦେଉଛନ୍ତି l ପରିବେଶ ସଫା ରହିଲେ ସହର ବାସିନ୍ଦା ସୁସ୍ଥ ରହିବେ ଆଉ କୌଣସି ରୋଗ ର ଶିକାର ହେବେନି ବୋଲି ସ୍ମିତା କହିଛନ୍ତି l
ଏଣୁ ସହର କୁ ଅଳିଆ ଆବର୍ଜନା ରୂ ମୁକ୍ତ ରଖିବାକୁ ସେ ପ୍ରୟାସ ଜାରୀ ରଖିଥିବା ସେ କହିଛନ୍ତି l
ସେହିପରି ଡ୍ରେନ ଆଗକୁ ଆସି ବ୍ୟବସାୟୀ ମାନେ କରିଥିବା ଜବରଦଖ ଲ କାରି ଙ୍କୁ ହଟାଇବା ଲାଗି ପ୍ରୟାସ ଆରମ୍ଭ ହେବ, ପୂର୍ବରୁ ଡ଼ାକ ବାଜି ଯନ୍ତ୍ରଯୋଗେ ପ୍ରଚାରକରିଡ୍ରେନ ରୂ ନିଜେ ସ୍ୱତଃପ୍ରବୃତ ଭାବେ ହଟିଯିବା ପାଇଁ ସେମାନ ଙ୍କୁ ସୂଚିତ ମଧ୍ୟ କରାଯାଇଛି l ତେବେ ଅଧ୍ୟକ୍ଷା ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟଦକ୍ଷତା କୁ ସହରବାସୀ ସାଧୂବାଦ ଜଣାଇଛନ୍ତି l

Leave a comment

Your email address will not be published. Required fields are marked *