#Breaking News

କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ନୂଆ ଓ୍ବେବ ସିରିଜ୍ “ସୁପାରୀ”

ଭୁବନେଶ୍ୱର(ଉଲାପ୍ର)ସ୍ତ୍ରୀଙ୍କୁ ଜନ୍ମଦିନରେ ସରପ୍ରାଇଜ୍ ଦେବା ପାଇଁ ସ୍ବତନ୍ତ୍ର ଉପହାର ସହ ଅଫିସରୁ ଶୀଘ୍ର ଘରକୁ ଫେରନ୍ତି ସିଦ୍ଧାର୍ଥ । ଆଉ ଯେତେବେଳେ ସିଦ୍ଧାର୍ଥ ଘରକୁ ଫେରି ଦେଖେ ଆଶ୍ଚର୍ଯ୍ୟ ହେଇଯାଏ ଓ ତା ପାଦତଳୁ ଯେମିତି ମାଟି ଖସିପଡ଼େ । ଏମିତି କ’ଣ ଦେଖିଲା ସିଦ୍ଧାର୍ଥ??
ଯଦି ଜାଣିବାକୁ ଚାହୁଁଛନ୍ତି ତାହାହେଲେ ଦେଖନ୍ତୁ “ସୁପାରୀ” ।
ସୁପରିଚିତ ତଥା ଲୋକପ୍ରିୟ ଫିଲ୍ମ ପ୍ରଯୋଜନା ସଂସ୍ଥା ‘କଞ୍ଚାଲଙ୍କା’ର ଆଗାମୀ ଆକର୍ଷଣ ସର୍ଟଫିଲ୍ମ ‘ସୁପାରୀ’ ଏହାର ପ୍ରଯୋଜକ ପ୍ରକାଶ ପ୍ରହରାଜ ଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରାଜା ଡି । କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ଶୁଦ୍ଧାରାଗ ବାନାର୍ଜୀ। ସେହିପରି ଏହାର ସଂଳାପ ଲେଖିଛନ୍ତି ନିଶାନ୍ତ ମାଜିଥିଆ ଏବଂ ବିଭିନ୍ନ ଭୂମିକାରେ ଅଛନ୍ତି ତୁଷାର , ଶୁଭାଙ୍ଗୀ ଓ ସୌରଭ । ଏହାର କ୍ରିଏଟିଭ ହେଡ ଅଛନ୍ତି ଭାଗ୍ୟଧର ପାଣି ଓ ମିଡ଼ିଆ ପ୍ଲାନର ଅଛନ୍ତି ପ୍ରଣୟ ଜେଠୀ। ‘କଞ୍ଚାଲଙ୍କା’ ସବୁବେଳେ ଦର୍ଶକଙ୍କ ଚାହିଦାକୁ ନେଇ ଫିଲ୍ମ ନିର୍ମାଣ କରି ଆସୁଛି । ଏଥିପାଇଁ ଏହା ସମସ୍ତଙ୍କର ପ୍ରିୟ ପାଲଟିଛି । “କଞ୍ଚାଲଙ୍କା” ପକ୍ଷରୁ ପୂର୍ବରୁ ରଙ୍ଗୀଲା,ବ୍ରେକ ଅପ୍ ଲଭ୍,ଟ୍ରୁଲି ୟୁଅର୍ସ , ସରକାରୀ ବର,ଟାଉଟର୍ ପ୍ରୋ ପ୍ରମୁଖ ଦର୍ଶକମାନଙ୍କ ଦ୍ଵାରା ଆଦୃତ ହୋଇସାରିଛି। ଏହି କ୍ରମରେ ଭିନ୍ନ ସ୍ବାଦର ସର୍ଟ ଫିଲ୍ମ ‘ସୁପାରୀ’ ଦର୍ଶକଙ୍କୁ ନିଶ୍ଚୟ ଆକର୍ଷିତ କରିବ ବୋଲି
ନିର୍ମାଣକାରୀ ସଂସ୍ଥା ଓ ଫିଲ୍ମର କ୍ରିଉମେମ୍ବର ଆଶା ରଖିଛନ୍ତି ।

Leave a comment

Your email address will not be published. Required fields are marked *