#Breaking News

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ


ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ଖଣି , ଇସ୍ପାତ ଓ ପୂର୍ବ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ , ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖୁ ଜିଲ୍ଲାରେ ଥିବା ସମସ୍ତ ବହୁମୁଖୀ ଆଶ୍ରୟ ସ୍ଥଳୀଗୁଡିକୁ ପ୍ରସ୍ତୁତ ରଖ୍ , ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଲୋକମାନଙ୍କ ଧନ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେବା ସହିତ ପଶୁପକ୍ଷୀ , ଗୃହପାଳିତ ପଶୁ ଆଦିଙ୍କ ସୁରକ୍ଷା ପ୍ରତି ଯନୂବାନ ହେବା ସହିତ ଫସଲର ରକ୍ଷଣା ବେକ୍ଷଣ ଉପରେ ଧ୍ୟାନ ଦେବାକୁ କହିଛନ୍ତି । ବନ୍ୟା , ବାତ୍ୟା , ମରୁଡି , ବଜ୍ରପାତ ଆଦି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ନିମନ୍ତେ ଜନସାଧାରଣଙ୍କୁ ସଚେତନ କରିବାକୁ କହିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ , ଜିଲ୍ଲାରେ ଥିବା ବିପଦ ସଙ୍କୁଳ ଦୁର୍ବଳ ନଦୀବନ୍ଧ ଗୁଡିକୁ ଚିହ୍ନଟ କରି ବିହିତ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଭାଗୀୟ ଅଧିକାରୀମାନେ ସହଯୋଗ ମନୋଭାବ ନେଇ କାର୍ଯ୍ୟ କରି ଜିଲ୍ଲାବାସୀଙ୍କର ଧନ ଜୀବନ ରକ୍ଷା ଦିଗରେ ସହାୟକ ହେବାକୁ ଆଶାବ୍ୟକ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ପୂର୍ବ ପ୍ରସ୍ତୁତି ଯୋଗୁଁ ବନ୍ୟା , ବାତ୍ୟା , ମରୁଡି ବଜ୍ରପାତ ପରି ବିପର୍ଯ୍ୟୟକୁ ବହୁ ମାତ୍ରାରେ ମୁକାବିଲା କରାଯାଇପାରୁଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଜିଲ୍ଲାର ସମସ୍ତ ୮ ଟି ବହୁମୂଖୀ ଆଶ୍ରୟସ୍ଥଳୀ ସହିତ ଆବଶ୍ୟକ ସ୍ଥଳେ ବିଭିନ୍ନ ସ୍କୁଲ , କଲେଜ , ଅଫିସ ବିଲଡିଙ୍ଗ , ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ମଧ୍ୟ ପ୍ରସ୍ତୁତ ରଖିବାକୁ ସେ ବିଡିଓ ଏବଂ ତହସିଲଦାରମାନଙ୍କୁ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ହେଲେ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନାନ୍ତରଣ , ଉଦ୍ଧାର ଓ ସହାୟତା ପାଇଁ ସ୍ଥାନୀୟ ସ୍ବେଚ୍ଛା ସେବୀମାନଙ୍କର ସହଯୋଗ ନେବାକୁ କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ନିମନ୍ତେ ଡାକବାଜିଯନ୍ତ୍ର ଦ୍ବାରା ଜନସାଧାରଣଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଅଧିକାରୀମାନକୁ ପରାମର୍ଶ ଦେଇଛନ୍ତି । ବନ୍ୟା , ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ଅତ୍ୟାବଶ୍ୟକ ସେବା , ଟ୍ରାଫିକ୍ ବ୍ୟବସ୍ଥା ସ୍ବାଭାବିକ କରି ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି ପ୍ରକାଶ କରିଛନ୍ତି । ଜିଲ୍ଲା , ଉପଖଣ୍ଡ , ବ୍ଲକରେ ଫ୍ଲଡ୍ କଣ୍ଟ୍ରୋଲ ରୁମର କାର୍ଯ୍ୟ କାରିତା , ଦୁର୍ବଳ ନଦୀବନ୍ଧର ମରାମତି , ବନ୍ୟା ପ୍ଳାବିତ ଅଞ୍ଚଳରେ ଡଙ୍ଗା ବ୍ୟବସ୍ଥା , ସହରାଞ୍ଚଳରେ ନାଳ ନର୍ଦ୍ଦମା ସଫା , ଶୁଖୁଲା ଖାଦ୍ୟ ଓ କିରୋସିନ ତେଲ , ଆବଶ୍ୟକ ଔଷଧ ମହଜୁଦ , ପାନୀୟ ଜଳ ବ୍ୟବସ୍ଥା , ପଲିଥୁନ ଯୋଗାଣ , ଯୋଗାଯୋଗ ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ ସ୍ଵାଗତ ଭାଷଣ ଦେବା ସହ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ମାନ୍ୟବର ସାଂସଦଙ୍କ ପ୍ରତିନିଧ୍ , ମାନ୍ୟବର ବିଧାୟକ ପରଜଙ୍ଗଙ୍କ ପ୍ରତିନିଧ୍ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ସମସ୍ତ ଉପଜିଲ୍ଲାପାଳ , ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ , ବିଡିଓ , ତହସିଲଦାର , ଓଡ୍ରାଫର ସଦସ୍ୟମାନେ ଯୋଗଦେଇ ଥିଲେ । କାର୍ଯ୍ୟ ନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ଢେଙ୍କାନାଳ ଏହାର ନକଲ ଗଣମାଧ୍ୟମ ପ୍ରତିନିଧୂମାନଙ୍କ ଅବଗତି ଓ ପ୍ରକାଶନ ନିମନ୍ତେ ପଠାଗଲା ।

Leave a comment

Your email address will not be published. Required fields are marked *