#Breaking News

ଉତ୍କଳ ସାମ୍ବାଦିକ ସଙ୍ଘ ଗୋଟିଏ ଛାତ ତଳେ ଏକାଠି ହେଲେ,ଦୁଇସଙ୍ଘ ଏକାଠି ହେବାକୁ ନିଷ୍ପତ୍ତି ନେଲେ,ସଙ୍ଘ ଛାତତଳେ ବହୁ ବରିଷ୍ଠ ସାମ୍ବାଦିକ ସାତବର୍ଷ ପରେ ଏକାଠି ହେଲେ


ଭୁବନେଶ୍ୱର(ଉଲାପ୍ର)ରାଜ୍ୟର ସର୍ବ ପୁରାତନ ସାମ୍ବାଦିକ ସଙ୍ଘ ଉତ୍କଳ ସାମ୍ବାଦିକ ସଙ୍ଘ ପୁନର୍ବାର ଏକାଠି ହୋଇଛି।ଏହାର ପ୍ରଥମ ବୈଠକ ଭୁବନେଶ୍ୱର ଠାରେ ଥିବା ଉତ୍କଳ ସାମ୍ବାଦିକ ସଙ୍ଘର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ବିଭୁତି ଭୂଷଣ କରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ରାଜ୍ୟର ୩୦ ଗୋଟି ଜିଲାର ସଭାପତି ମାନେ ଯୋଗଦେଇ ନିଜନିଜର ମତାମତ ରଖିଥିଲେ।ବିଭୁତି ଭୂଷଣ କରଙ୍କ ୧୫ ଟି ଜିଲାର ପ୍ରତିନିଧି ଓ ବେଣୁଧର ପଣ୍ଡାଙ୍କ ୧୫ ଟି ଜିଲାର ପ୍ରତିନିଧିମାନେ ଯୋଗଦେଇଥିଲେ।ଏଥିରେ ଭାରତୀୟ ପେଶାଦାର ସାମ୍ବାଦିକ ସଙ୍ଘର କର୍ମକର୍ତା ପ୍ରଭାକର ଶିରୋମଣି,ପ୍ରସନ୍ନ ତ୍ରିପାଠୀ,ବଙ୍କିମ ଚନ୍ଦ୍ର ନାୟକ,ହାରାଧାନ ବାନାର୍ଜୀ,ପୂର୍ଣ୍ଣଚନ୍ଦ୍ର ନାୟକ,ବେଣୁଧର

ପଣ୍ଡା,ବିନାୟକ ମିଶ୍ର,ଲଲାଟେନ୍ଦୁ ସେନାପତି,ରଶ୍ମିରଞ୍ଜନ ମିଶ୍ର,ରାଜକିଶୋର ସ୍ୱାଇଁ,ବିଶ୍ୱଜିତ ନାୟକ,ଲାଲବିହାରି ମିଶ୍ର,ବାସୁଦେବ ବରାଡ଼, ସଞ୍ଜୟ ପତି, ମଦନ ପାଣି,ବୈଷ୍ଣବ ଜେନା,ସନ୍ତୋଷ ପାଣିଗ୍ରାହୀ,ପପୁ ମହାନ୍ତି,ଜୟସେନ ପରିଡା,ନିରାକାର ଦଳେଇ,ସୌରଭ ପଟ୍ଟନାୟକ,ଆଦର୍ଶ ପଟ୍ଟନାୟକ,ସତ୍ୟବ୍ରତ ଦାସ,ପ୍ରତାପ ପ୍ରଧାନ,ସନ୍ତୋଷ କୁମାର ଦାସ,ଶ୍ରୀକାନ୍ତ ଖଟେଇ,ରବିନାରାୟଣ ଖିଲାର,ଜଗଦୀଶ ପୁରୋହିତ,ସନ୍ତୋଷ ପତି,ସତ୍ୟନାରାୟଣ ମିଶ୍ର,ପ୍ରଭାତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ପଛ କଥାକୁ ଭୁଲିଯାଇ ସମସ୍ତେ ଏକାଠି ହେବାକୁ ନିଷ୍ପତ୍ତି ନେଇଥିଲେ,ଘର ଭିତରେ ଭାଇଭାଇ ଭିତରେ ବିଭେଦ ଥାଏ ସେହିପରି ଉତ୍କଳ ସାମ୍ବାଦିକ ସଙ୍ଘ ମଧ୍ୟରେ ବିଭେଦ ସୃଷ୍ଟି ହୋଇଥିଲା।ସେହି ବିଭେଦ,ମନୋମାଳିନ୍ୟ,ମତାନ୍ତର,ମନାନ୍ତରକୁ ଭୁଲି ଯାଇ ଉତ୍କଳ ସାମ୍ବାଦିକ ସଙ୍ଘର ଦୁଇଗୋଷ୍ଠୀ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତି,ଦୁଇ ସଙ୍ଘ ଆଜି ଏକାଠି ହୋଇଯାଇଛି,ଏକ ପ୍ରେସ ଇସ୍ତାହାରରେ ବିଭୁତି ଭୂଷଣ କର ଓ ବେଣୁଧର ପଣ୍ଡା ମିଳିତ ଭାବେ ଉତ୍କଳ ସାମ୍ବାଦିକ ସଙ୍ଘ ଏକ ହେଲା ବୋଲି ଘୋଷଣା କରିଛନ୍ତି,ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ବରିଷ୍ଠ ସଭ୍ୟ ବିନାୟକ ମିଶ୍ର।

Leave a comment

Your email address will not be published. Required fields are marked *