ମା, ନାରାୟଣୀଙ୍କ ଅସ୍ଥାୟୀପୂଜା ମଣ୍ଡପରେ ସାବିତ୍ରୀ ଓଷା ପାଳିଲେ ମହିଳା
Udaya_Labanya | May 30, 2022 | 125 views |0 | Breaking News
ଫୁଲବାଣୀ(ସୁନୀଲପଟନାୟକ)
ଚଳିତବର୍ଷ ମା’ନାରାୟଣୀ ଯାତ୍ରା ଚାଲିଥିବାରୁ
ମାନାରାୟଣୀ ତାଙ୍କର ପାଞ୍ଚ ଭଉଣୀକୁ ଧରି ଅସ୍ଥାୟୀ ଯାତ୍ରା ପଡ଼ିଆରେ ବିଜେ ହୋଇଛନ୍ତି । ଯାତ୍ରା ପଡ଼ିଆ ମା ନାରାୟଣୀଙ୍କ ବାପଘର ଆଉ ସେ ଓ ତାଙ୍କ ଭଉଣୀ ମିଶି ବାପଘରେ ସାବିତ୍ରୀ ଓଷା ସାରି ମନ୍ଦିରକୁ ଫେରିଯିବାର ପରମ୍ପରା ରହିଛି । ଆଉ ସେଥିପାଇଁ ସହର ହଜାର ହଜାର ମହିଳା ଯାତ୍ରା ପଡ଼ିଆ ଠାରେ ନାରାୟଣୀଙ୍କ ସମ୍ମୁଖରେ ବସି ସାବିତ୍ରୀ ବ୍ରତପାଳି ଥିଲେ । ଫଳରେ ସକାଳୁ ସକାଳୁ ମହିଳାମାନେ ନୂଆ ଲୁଗା ପିନ୍ଧି ନଡ଼ିଆ କଦଳୀ ସହ ବିଭିନ୍ନ ପ୍ରକାର ଫଳଫୁଲ ଧରି ଯାତ୍ରା ପଡ଼ିଆକୁ ଆସି ନିଷ୍ଠାର ସହ ସାବିତ୍ରୀ ବ୍ରତପାଳି ଥିଲେ । ସେଠାରେ
ବ୍ରାହ୍ମଣମାଇକ ଯୋଗେ ମନ୍ତ୍ର ପଢିବା ସହ ପୂଜା କରିଥିଲେ । ସକାଳ ୯ ରୁ ଦିନ ୩ଟା ଯାଏ ବ୍ରତଧାରୀ ମହିଳାମାନଙ୍କ ପ୍ରବଳ ଭିଡ଼ ଜମିଥିଲା।ଯାତ୍ରା ପଡିଆରେ ମା ନା ରାୟଣୀଙ୍କ ସହ ମିଶି ସାବିତ୍ରୀ ଓଷା କରି ବେଶ ଖୁସି ଅନୁଭବ କରିଥିବା କହିଥିଲେ ବ୍ରତ ଧାରି!
ଯାତ୍ରା କମିଟୀ ସଭାପତିପି. ସୁଧାଂଶୁ ସେନାପତି ସାବିତ୍ରୀ ବ୍ରତ ଯେପରି ଶାନ୍ତି ଶୃଙ୍ଖଳା ର ସହ ପାଳିତ ହେବ ସେଥିପାଇଁ ସମସ୍ତ ପ୍ରକାର ଵ୍ୟଵସ୍ଥା କରିବା ସହ ବହୁ ସଂଖ୍ୟକ ସ୍ଵେଛାସେବୀ, ବ୍ରାହ୍ମଣ ଙ୍କୁ ନିୟୋଜିତ କରି ଥିଲେ l