#Breaking News

ଦୁର୍ନିତି ଅଭିଯୋଗର ତଦନ୍ତ କରି କ୍ଲିନ୍ ଚିଟ ଦେଲେ ଏନଏସି ଅଧ୍ୟକ୍ଷା ଓ ଜିଲ୍ଲାପରିଷଦ ଉପାଧ୍ଯକ୍ଷା


ଫୁଲ ବାଣୀ(ସୁନୀଲପଟନାୟକ)

କନ୍ଧମାଳ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଜି.ଉଦୟଗିରି ସବଡିଭିଜନ ପକ୍ଷରୁ ସହର ମଧ୍ୟରେ ବୋହିଯାଇଥିବା ସାଲ କୀ ନଦୀ ର ଉଭୟ ପାର୍ଶ୍ଵରେ ଗାର୍ଡୱାଲ ନିର୍ମାଣରେ କୁ ଆଡେ ବ୍ୟାପକ ଦୁର୍ନିତୀ ଓ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଏକ ସମ୍ବାଦିକ ସମ୍ମିଳନୀରେ ଏହାର ଭିଜିଲାନ୍ସ ତଦନ୍ତ ଦାବୀ କରିଥିଲେ ପୂର୍ବତନ ଏନଏସି ନଗରପାଳ ପି.ସଞ୍ଜିବପାତ୍ର।
ତେବେ ଅଭିଯୋଗ ପରେ କାର୍ଯ୍ୟସ୍ଥଳୀକୁ ଖୋଦ ବର୍ତ୍ତମାନର ପୌରାଧ୍ଯକ୍ଷ ।ଦ୍ଭାନୁ ପ୍ରଭା ମିଶ୍ର ଓ ଜିଲ ପରିଷଦ ଉପାଧକ୍ଷା ସାଧବାଣୀ ନାଏକ ପ୍ରମୁଖ ପୂର୍ବର କାର୍ଯ୍ୟ ଦେଖି ଠିକ ଠାକ ହୋଇଥିବା ଓ ବର୍ତ୍ତମାନ ୨୦ ୨୧-୨୨ଆର୍ଥୀକ ବର୍ଷରେ ୩ କୋଟି ୨୭ ଲକ୍ଷ ୬୯ହଜାର ୪୮୬ ଟଙ୍କା ମୂଲ୍ୟର ଟେଣ୍ଡର ଡ଼କାଯାଇ ଚାଲିଥିବା କାର୍ଯ୍ୟର ମାନ ମଧ୍ୟ ଭଲ ରହିଥିବା ନେଇ ସନ୍ତେ।ଷ ବ୍ୟକ୍ତ କରିବା ସହ କ୍ଲିନ ଚିଟ ମଧ୍ୟ ଦେଇଛନ୍ତି।
ସେହିପରି କନିଷ୍ଠ ଯନ୍ତୀ, ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବାବେଳେ ବିଭିନ୍ନ ସମୟରେସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ମଧ୍ୟ କାର୍ଯ୍ୟସ୍ଥଳକୁ ଯାଇ କାର୍ଯ୍ୟ ତଦାରଖ ମଧ୍ୟ କରୁଛନ୍ତି ଓ ସରକାରୀ ନିତୀନିୟମ ପ୍ରକାରେ କାମ ହେଉଥିବା ନିବାହୀ ଯନ୍ତ୍ରୀ ଇଂସୁନୀଲ ତ୍ରିପାଠୀ କହିଛନ୍ତି । ଅର୍ଭିଯୋଗର କୌଣସି ସତ୍ୟତା ନଥିବା ନିବାହିଯନ୍ତ୍ରୀ ତ୍ରୀପାଠୀ ଆହୁରି କହିଛନ୍ତି।ଗାର୍ଡୱ।ଲର ଫାଉଣ୍ରେସନ ଓ ଉଚ୍ଚତା ଠିକ ଥିବାବେଳେ ସିମେଣ୍ଟ ବାଲିର ଅନୁ ପାତ ମଧ୍ୟ ପ୍ରାୟ ଠିକ ଥିବା କହିଛନ୍ତି।
ବର୍ଷା ପୂର୍ବରୁ ଯେପରି କାର୍ଯ୍ୟ ସରିବ ସେ ନେଇ ଉଦ୍ୟମ କରାଯାଉଥିବା ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।

Leave a comment

Your email address will not be published. Required fields are marked *