#Breaking News

ସାବଧାନ! ଫୁଲବାଣୀ ସହରରେ ବାଘବୁଲୁଛି


ଫୁଲବାଣୀ(ସୁନୀଲ ପଟ୍ଟନାୟକ)
ବାଘ କେବଳ ଜଙ୍ଗଲରେ ନଚେତ ନନ୍ଦନକାନନରେ ଦେଖିବାକୁ ମିଳନ୍ତି । ଏବେ କିନ୍ତୁ ଠାକୁରାଣୀ ଯାତ୍ରା ଅବସରରେ ଫୁଲବାଣୀ ସହରର ବଜାରଠୁ ଆରମ୍ଭ କରିସାହୀ ଗଳିକନ୍ଦିରେ ମାନସୀ କ ଧାରୀ ଭକ୍ତମାନେ ବାଘ ବେଶରେ ଦେଖିବାକୁ ମିଳିଥାନ୍ତି। ଫଳରେ ବାଘ ନାଚ ଦେଖିବା ଲାଗି ଲୋକଙ୍କ ଭୀଡ଼ ମଧ୍ୟ ଜମିଥାଏ । ତେବେ ପିଲାମାନେ ସାହି କିମ୍ବା ଘରଦ୍ଵାର କୁବାଘ ବେଶ ଆସିଲେ ଭୟଭୀତହୋଇ କାନ୍ଦି କାନ୍ଦି ଘରେ କବାଟ ଦେଇ ରୁହନ୍ତି । ମା ମନେ ମଧ୍ୟ ବାଘଆସିଲାଣି କହି ଛୋଟ ପିଲାଙ୍କୁ ସହଜରେ ଖୁଆଇବା ସଂଗେ ସଂଗେ ଶୁଆଇ ଦେଉଛନ୍ତି,l
ବାଘ ବେଶକେବଳ ମାନସୀ କଧାରୀ ମାନେ ପଡନ୍ତି । ବାଘ ବେଶ ପଡ଼ିବା ଏତଟା
ସହଜ ନୁହେଁ। ଖର୍ଚ ମଧ୍ୟ ଅଧିକ। ହୋଇଥାଏ ବୋଲି ବାଘ ବେଶ ପଡ଼ିଥିବା ହରିଜନ ସାହୀ ର ଅନନ୍ତ ବେହେରା କହିଛନ୍ତି ।
ସେ ଏଥର ବାଘ ବେଶକୁ ମିଶାଇ ୭ଥର ବାଘ ବେଶ ପଡି ସାରିଲେଣି ବୋଲି କହିଛନ୍ତି ।ଖରାରେ ବେଶ ଧାରଣ ବାହାର ବାଜାର ତାଳେ ତାଳେ ନାଚି ନାଚି ସହର ସାରା ବୁଲିବା ବହୁତ କଷ୍ଟସାଧ୍ୟ ବୋଲି କହିଛନ୍ତି ଅନନ୍ତ ।
ବାଘ ବେଶ ପାଇଁ ଯାତ୍ରା ପରିଚାଳନା ନିକଟରେ ୧୩୦୦ ଟଙ୍କା ବାନ୍ଧି ପ୍ରଥମେରସିଦ କାଟିବାକୁ ପଡିଥାଏ । ସେହିପରି ବାଜା ପାଇଁ ଅତି କମରେ ୪ଶହ ଟଙ୍କା, ଦେହରେ ପେଣ୍ଟିଙ୍ଗ କରିବାପାଇଁ ୨ ରୁ ୩ ହଜାର ଟଙ୍କା ଦେବାକୁ ପଡିଥାଏ। କେବଳ ସେତିକି ନୁହେଁ ସାଙ୍ଗରେ ବୁଲିବାଲାଗି କିଛି ପିଲାଙ୍କୁ ଖାଇବା ଖର୍ଚ ସହ ହାତ ଖର୍ଚଦେଇ ନେବାକୁ ପଡିଥାଏ ।
ଏହା ସହିତ ବେଶ ପଡ଼ିବାକୁ ହେଲେ ପ୍ରଥମେ ଦେହର ଲୋମ ସଫା କରିବାକୁ ପଡିବ lତାପରେ ପ୍ରଥମେ ଧଳାକଲର ଓ ପରେ ହଳଦିଆ କଲରଲଗାଇ ବାଘପରି ଚିତ୍ର କରିବାକୁ ହୋଇଥାଏ l ଶେଷରେମୁହଁରେ ବାଘମୁଖା ଲଗାଇବାକୁ ପଡିଥାଏ। ବୁଲାବୁଲି କରିବା ପରେ ଶରୀର ସଫା କରିବାପରେ ବହୁତ କଷ୍ଟ ହେଉଥିବା ଅନନ୍ତ କହିଛନ୍ତି।
ତେବେ ତାଙ୍କ ମାନସିକପୁରଣ ହୋଇଥିବାରୁ ସେ ଗଲା ୭ ବର୍ଷ ହେଲା ଯାତ୍ରା ରେ ନିୟମିତ ଏଭଳିବାଘ ବେଶ ଧାରଣ କରୁଥିବା କହିଛନ୍ତି।
ଫଳରେ ଅନ୍ୟ ବେଶରେ ଅଧିକା ମାନସୀକଧ।ରୀ ସହରରେ ବୁଲୁଥିବା ଦେଖିବାକୁ ମିଳିଥିବାବେଳେ ବାଘ ବେଶ ଲାଗି ବହୁତକମହାତ ଗଣତି ମାନସୀକଧାରୀ ଦେଖାଯାନ୍ତି । ଚଳିତବର୍ଷ ଯାତ୍ରାରେ ମାତ୍ର ୧୫ ଜଣ ମାନସୀ କଧାରୀ ବାଘ ବେଶ ପଡିଥିବା କମିଟି ସଦସ୍ୟ କହିଛନ୍ତି ।

Leave a comment

Your email address will not be published. Required fields are marked *